News

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଜୁନ୍ ୧ରେ ପହଞ୍ଚିବ ଓଡିଶା

Kk

ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଗୁରୁବାର କାଠମାଣ୍ଡୁରେ ପହଞ୍ଚିଛି। ତାଙ୍କ ମରଶରୀରକୁ ବେସ୍ କ୍ୟାମ୍ପ-୪ରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯାଇଛି। ଗତକାଲି ଅପରାହ୍ନ ଗୋଟାଏରେ କଳ୍ପନାଙ୍କ ମୃତଦେହ ଏଭରେଷ୍ଟ ଶୃଙ୍ଗରୁ ଉଦ୍ଧାର ହୋଇଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁ ଏହି କ୍ୟାମ୍ପକୁ ହେଲିକପ୍ଟର ଯାଇନପାରିନଥିଲା। ତେବେ ଆଜି ସଫଳତାର ସହ ଗତ ରାତିରେ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟ ଶୃଙ୍ଗରୁ ବେସ୍ କ୍ୟାମ୍ପକୁ ଆଣିଥିଲେ ସେର୍ପା।

Kalpana 3
Kalpana

ନେପାଳ ଆମ୍ବାସି ଓ ଭାରତୀୟ ଆମ୍ବାସି ମଧ୍ୟରେ ଅଫିସିଆଲ କାର୍ଯ୍ୟକ୍ରମ ପରେ ମରଶରୀରକୁ ହସ୍ତାନ୍ତର କରାଯିବ ବେ।ଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି । ମରଶରୀର ୧ ଜୁନ୍ କିମ୍ବା ୨ ରେ ଭୁବନେଶ୍ବରରେ ପହଁଚିବ ବେ।ଲି ଜଣାପଡିଛି । ଓଡ଼ିଶାର ପ୍ରଥମ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ୨୨ ମେ’ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ଏଭରେଷ୍ଟରୁ ପାଦ ଦେଶକୁ ଓହ୍ଲାଇବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।
ପଢନ୍ତୁ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜଗନ ମୋହନ ରେଡ୍ଡୀ

Related posts

କୋର୍ଟଙ୍କ ଅବମାନନା ଅଭିଯୋଗରେ ସୁପ୍ରିମକୋର୍ଟ ରାହୁଲଙ୍କୁ ଜାରି କଲେ କାରଣ ଦର୍ଶାଅ ନୋଟିସ

Ratnamani Moharana

ଓଏଏସ୍‌ ସଂଘର ଦ୍ୱିବାର୍ଷିକ ସାଧାରଣ ଅଧିବେଶନ ଉଦ୍‌ଯାପିତ

ENO Beuro

ଆଜିଠାରୁ ସଂସଦର ଶୀତ ଅଧିବେଶନ

ENO Beuro

Leave a Comment