ପୂରିଲା କଣ୍ଟ । ରାଜଧାନୀରେ ଥିବା ବିଭିନ୍ନ ବେଆଇନ କଲ୍ୟାଣ ମଣ୍ଡପ ସିଲ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଏମସିର ୩ଟି ଜୋନରେ ଥିବା ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ କରାଯାଇଛି । ସହିଦନଗରର ପାଲାଡିଅମ କୋର୍ଟୟାର୍ଡ, ଖଣ୍ଡଗିରି ସ୍ଥିତ ସାଇ ଗାର୍ଡନ କଲ୍ୟାଣମଣ୍ଡପ, ଚନ୍ଦ୍ରଶେଖରପୁର ସ୍ଥିତ ଋିଷି ରିସର୍ଟ, ବରମୁଣ୍ଡା ସ୍ଥିତ ହୋଟେଲ ଚନ୍ଦନ ଓ କଲ୍ୟାଣମଣ୍ଡପକୁ ସିଲ କରାଯାଇଛି । ବିଏମସି ଓ ବିଡ଼ିଏ ଟାର୍ଗେଟରେ ୯୪ଟି କଲ୍ୟାଣ ମଣ୍ଡପ ରହିଛି । ଯାହା ମଧ୍ୟରୁ ୧୬ଟି କଲ୍ୟାଣମଣ୍ଡନ ମାନଦଣ୍ଡ ପୂରା କରି ଆବେଦନ କରିଥିବାବେଳେ ବାକି ୮୦ ଟି ମଣ୍ଡପ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି । ବିଡ୍ଲିଂ ପ୍ଲାନି ଅନୁମୋଦନ ହୋଇନଥିବା, ହୋଲ୍ଡିଂ ଟିକସ୍ ଦେଉନଥିବା, ଅଗ୍ନୀ ସୁରକ୍ଷା ସର୍ଟିଫିକେଟ ହାସଲ କରିନଥିବା ତଥା ମଣ୍ଡପରେ ପାର୍କିଂ ସୁବିଧା ନଥିବାରୁ ଏହି ମଣ୍ଡପ ଗୁଡିକୁ ସିଲ୍ କରାଯିବ ।
ସଜାଡିବାକୁ ବିଏମସି ପକ୍ଷରୁ ଡେଡ ଲାଇନ ଦିଆଯାଇଥିଲା । ତାଲିକାଭୁକ୍ତ ମଣ୍ଡପକୁ ବୁକିଂ ନ କରିବା ପାଇଁ ଏକ ମାସ ପୂର୍ବରୁ ବିଏମସି ନିବେଦନ କରିଥିଲା । ସିଲ୍ ହେବା ମଣ୍ଡପ ଗୁଡ଼ିକରେ ଯଦି କେହି କୌଣସି ସାମଜିକ କାର୍ଯ୍ୟ ପାଇଁ ବୁକିଂ କରିଥିବେ ତେବେ ଏଥିପ୍ରତି ବିଏମସି ଓ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ନୋଟିସରେ କୁହାଯାଇଥିଲା । ତେବେ କଣ୍ଟ ପୂରିବା ପରେ ଆଜିଠୁ ସିଲ ଅଭିଯାନ ଆରମ୍ଭ ହୋଇଛି ।