News

ଚେନ୍ନାଇରେ ନବୀନଙ୍କୁ ଭେଟିଲେ କମଲ ହସନ ,କହିଲେ ମୁଁ ନବୀନଙ୍କ ଫ୍ୟାନ୍

nabin

‘ମୁଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଫ୍ୟାନ’। ଆଉ ନବୀନଙ୍କଠାରୁ ସେ ରାଜନୈତିକ ଜ୍ଞାନ ହାସଲ କରିବାପାଇଁ ସାକ୍ଷାତ କରି ଆଲୋଚନା କରିଛନ୍ତି ବୋଲି କମଲ ହାସନ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ହାସନ କହିଛନ୍ତି, ‘ଓଡିଶାର ମୁଖ୍ୟମନ୍ତ୍ରୀ ରାଜନୀତିରେ ଯେତେବେଳେ ନୂଆ ଆସିଥିଲେ ସେତେବେଳେ କଟୁ ସମାଲୋଚନାର ସାମ୍ନା କରିଥିଲେ କିନ୍ତୁ ପରେ ସେ ଅନ୍ୟ ରାଜନେତାଙ୍କଠାରୁ ଅଧିକ ହାସଲ କଲେ ଏବଂ ଏହା ପ୍ରମାଣ କରି ଦେଖାଇଲେ ସେ ଜଣେ ସୁଶାସକ ।’

nabin

ଅଭିନେତାରୁ ନେତା ସାଜିଛନ୍ତି କମଲ । ଚଳିତବର୍ଷ ମକଲ ନିଧି ମୟମ୍‌ ନାଁରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ ମୈଦନାକୁ ଓହ୍ଲାଇବ ଏମ୍‌ଏନ୍‌ଏମ୍‌ । ଏବେ ନବୀନ-କମଲଙ୍କ ସାକ୍ଷାତ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ,ପୂର୍ବରୁ କମଲହାସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନଙ୍କୁ ମଧ୍ୟ ସାକ୍ଷାତ କରିସାରିଛନ୍ତି।

ପଢନ୍ତୁ;ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର

Related posts

‘ମହାତ୍ମା ସେତୁ’ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଫାବ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା : ପୂର୍ବ ଜୋନରେ ଭାଗ ନେବେ ଓଡିଶାର ୩ ପ୍ରତିଯୋଗୀ

ENO Beuro

Linking Aadhaar To Government Schemes Will Extended The Deadline Till December 31

ENO Beuro

Leave a Comment