POLITICALS

ଆଜି ଦଳ ଘୋଷଣା କରିବେ କମଲ ହାସାନ

ରାଜନୈତିକ ଦଳ ଘୋଷଣା କରିବେ କମଲ

ଆଜି ସାଊଥ ଅଭିନେତା କମଲ ହାସନ ନିଜ ରାଜନୈତିକ ଦଳ ଘୋଷଣା କରିବେ।  ମଦୁରାଇ  ଠାରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରିବେ ବୋଲି ଜଣାପଡିଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସାମିଲ ହେବେ। କମଲ ଗତକାଲି ମଦୁରାଇ ଯାଇ କାର୍ଯ୍ୟକ୍ରମର ପ୍ରସ୍ତୁତିର ତଦାରଖ କରିଥିଲେ।

ଏହା ସହିତ ସେ ତାମିଲନାଡ଼ୁର ବିଭିନ୍ନ ସ୍ଥାନ ଭ୍ରମଣ କରି ର‍୍ୟାଲି କରିବେ । ପ୍ରଥମ ପର୍ଯ୍ୟାୟରେ ସେ ନିଜର ଜନ୍ମ ସ୍ଥାନ ରାମନାଥପୁରମ ଯିବେ, ଏହା ପରେ ସେ ଡିଣ୍ଡିଗୁଲ, ଶିବଗଙ୍ଗାଇ ଜିଲ୍ଲା ଗସ୍ତ କରିବେ । ତାମିଲନାଡ଼ୁ ରାଜନୀତିରେ ଚାଲିଆସିଥିିବା ଦୁର୍ନୀତିଗ୍ରସ୍ତ ରାଜନୀତିକୁ ସେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।

କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷମୂହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି । ତେବେ ସେ ଏକ ଭିଡିଓ ବାର୍ତ୍ତା ପଠାଇବେ । ଏହି ଭିଡିଓକୁ ମୁଦୁରାଇ ସଭାରେ ପ୍ରଦର୍ଶନ କରାଯିବ । ଅନ୍ୟପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଡକାଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟକ୍ରମ ଜଣାପଡିନାହିଁ । ନିଜର ଏହି ରାଜ୍ୟ ଭ୍ରମଣ କାଳରେ ଲୋକମାନଙ୍କୁ ଭେଟି ସେମାଙ୍କର ଅଭାବ ଅସୁବିଧା ବୁଝିବେ ବୋଲି କମଲ କହିଛନ୍ତି।

ପଢନ୍ତୁ;

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ! ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

Related posts

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

ENO Beuro

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ENO Beuro

ଧମକ ଦେଲେ ଆଜାଦ୍‌: କଂଗ୍ରେସ୍-ଜେଡିଏସକୁ ସରକାର ଗଠନ ପାଇଁ ରାଜ୍ୟପାଳ ନ ଡାକିଲେ କର୍ଣ୍ଣାଟକରେ ହେବ ରକ୍ତପାତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More