News

ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବାକୁ କମଲନାଥ ସରକାରଙ୍କ ନିର୍ଦ୍ଦେଶ

Untitled 1

ସାରା ବିଶ୍ଵ ଜାଣିଛି ସିତାଙ୍କୁ ଅପହରଣ  କରିନେଇ ରାବଣ ଲଙ୍କାରେ ରଖିଥିଲା। ତେବେ ଏହି କଥା ସତ୍ୟ ବୋଲି ସାରା ବିଶ୍ଵ ବିଶ୍ଵାସ କରେ। ତେବେ ଏଥିରେ କେତେ ସତ୍ୟତା ରହିଛି ଏହାକୁ ଅନୁସନ୍ଧାନ କରିବା ପାଇଁ  ଶ୍ରୀଲଙ୍କାକୁ ଏକ ଟିମ୍ ପଠାଇଛନ୍ତି ମଧ୍ୟ ପ୍ରଦେଶର କମଲନାଥ ସରକାର। ୨୦୧୦ରେ ଶିବରାଜ ସରକାର ସୀତା ମନ୍ଦିର ନିର୍ମାଣ କରିବା ପାଇଁ ୧ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏହି ମନ୍ଦିର ରାବଣ ସୀତାଙ୍କୁ ଅପହରଣ କରିବା ପରେ ରଖିଥିବା ସ୍ଥାନରେ ହେବାର ଥିଲା। କମଲନାଥ ସରକାର  ପ୍ରକୃତରେ ମାତା ସୀତା ଅପହରଣ ହୋଇଥିଲେ କି ନାହିଁ ତଦନ୍ତ କରିବା ପାଇଁ ଏକ ଟିମ୍ ଶ୍ରୀଲଙ୍କା ପଠାଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ  ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହାଦ୍ୱାରା କୋଟି କୋଟି ଭକ୍ତଙ୍କର ଭାବନାକୁ ଆଘାତ ଲାଗିଛି ବୋଲି ସେ କହିଛନ୍ତି। ତାଙ୍କ ସରକାର ବେଳେ ହୋଇଥିବା ମନ୍ଦିର ଯୋଜନାକୁ ଆଗକୁ ବଢ଼ାଇବା ପରିବର୍ତ୍ତେ କମଲନାଥ ଏପରି କରିବା ଗ୍ରହଣୀୟ ନୁହେଁ ବୋଲି ଶିବରାଜ କହିଛନ୍ତି। ସେ ଆହୁରି କହିଛନ୍ତି, “ସାରା ବିଶ୍ୱ ଜାଣିଛି ଯେ ରାବଣ ଲଙ୍କାର ଅଶୋକ ବାଟିକାରେ ମାତା ସୀତାଙ୍କୁ ରଖିଥିଲ ଓ ଏନେଇ ମାତା ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ମୁଁ ଯେତେବେଳେ ଶ୍ରୀଲଙ୍କା ଯାଇଥିଲି ସେତେବେଳେ ସେଠାରେ ଏକ ମନ୍ଦିର ନିର୍ମାଣ ହେବା ଦରକାର ବୋଲି ଭାବିଥିଲି। କିନ୍ତୁ ମୁଁ ଏବେ ଆଶ୍ଚର୍ଯ୍ୟ ଯେ, କମଲନାଥ ସରକାର ମାତା ସୀତାଙ୍କ ଅପହରଣ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବା ଏକ ଟିମ୍‌କୁ ଶ୍ରୀଲଙ୍କା ପଠାଇଛନ୍ତି।”
ପଢନ୍ତୁ: #ଶାଢ଼ି ଟୁଇଟର ଚ୍ୟାଲେଞ୍ଜ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଭଦ୍ରା

Related posts

ଓଡିଶାରେ ମାଧ୍ୟମିକ ଶିକ୍ଷାର ଦୟନୀୟ ଚିତ୍ର

Ratnamani Moharana

ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି

ENO Beuro

ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

ENO Beuro

Leave a Comment