News

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

କନ୍ଧମାଳ ଜିଲ୍ଲାର ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ଶେଷ ହେଇଛି । ଉଭୟ ସୁସ୍ଥ ଅଛନ୍ତି ବୋଲି ଏମ୍ସ କତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଶିଶୁ ଦ୍ୱୟଙ୍କ ଯୋଡା ମୁଣ୍ଡକୁ ଅଲଗା କରିବା ପାଇଁ ଦୁଇଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହେବ । ଦେଢମାସ ପରେ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ।

୪୦ ଜଣିଆ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଯେପରିକି ନ୍ୟୁରୋ ସର୍ଜନ, ପ୍ଳାଷ୍ଟିକ୍ ସର୍ଜନ, କାର୍ଡିଆକ୍, ପେଡିଆଟ୍ରିକ୍ସ ବିଭାଗର ଡାକ୍ତରଙ୍କ ମିଳିତ ଗୋଷ୍ଠୀ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ରେ ଦୁଇ ଭାଇଙ୍କ ମୁଣ୍ଡ ପରସ୍ପର ଠାରୁ ଅଲଗା କରାଯିବ । ଓଡିଆ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱ ଡାକ୍ତରମାନେ ଜଗା ବଳିଆଙ୍କୁ ସୁସ୍ଥ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦ ପ୍ରତିଶତ ଅସ୍ତ୍ରୋପଚାର କରାଯାଇଛି ।

ବହୁ ସ୍ଥାନରେ ଏହି ଦୁଇ ଭାଇଙ୍କ ସଫଳ ଚିକିସ୍ଛା କାମନା କରି ପୂଜାଅର୍ଚନା ଚାଲିଛି । ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କ ଯଥାଶୀଘ୍ର ଆରୋଗ୍ୟ କାମନା କରିଛି ସମଗ୍ର ଓଡିଶା । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଭୟ ଶିଶୁଙ୍କ ଆରୋଗ୍ୟ କାମନା କରି ଏକ ବାଲୁକା ଶିଳ୍ପ ପ୍ରସ୍ତୁତ କରିଛନ୍ତି ।

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା   ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା Kandhamal Conjoined Twins Jaga Balias Next Surgery After 1

Related posts

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ENO Beuro

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

ଗଣଦୁଷ୍କର୍ମର ଶିକାର ହେଲେ ନେପାଳୀ ମହିଳା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More