News

କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ

କନ୍ଧମାଳ ହଳଦୀ ସବୁବେଳେ ତା’ର ସ୍ଵତନ୍ତ୍ରତା ପାଇଁ ପ୍ରସିଦ୍ଧ । ଏହାକୁ ଆଉଟିକେ ଲୋକପ୍ରିୟ କରିବା ନିମିତ୍ତ ସରକାର ପ୍ରସ୍ତୁତିରେ ଲାଗିଛନ୍ତି । କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦେବାପାଇଁ ସିଟିଟିସି ପକ୍ଷରୁ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ ହୋଇଛି । ଆସନ୍ତାବର୍ଷ ଜାନୁଆରିରେ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯିବ । ଯାହାଫଳରେ କନ୍ଧମାଳ ହଳଦୀର ବ୍ୟାବସାୟିକ ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୨ଶହ ହଳଦୀ ଚାଷୀ ରହିଛନ୍ତି। ସେମାନେ ‘କସମ’ ନାମକ ଏକ ଚାଷୀ ସଂଗଠନ ରହିଛନ୍ତି । କନ୍ଧମାଳର ଜିଲ୍ଲାପାଳ ଏହାର ମୁଖ୍ୟ ରହିଛନ୍ତି । ଜିଆଇ ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ଖୁବଶୀଘ୍ର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସିଟିଟିସିର ବୌଦ୍ଧିକ ସଂପତ୍ତି ସୁବିଧା କେନ୍ଦ୍ର ବା ଆଇପିଏଫ୍‌ସିର ମୁଖ୍ୟ ସଚ୍ଚିକାନ୍ତ କର।

ସେ କହିଛନ୍ତି, କନ୍ଧମାଳ ହଳଦୀର ଭୌଗଳିକ ମ୍ୟାପିଂ ସମେତ ପରୀକ୍ଷାଗାରରେ ପରୀକ୍ଷା, ଗୁଣବତ୍ତା ଓ ଗୁଣବତ୍ତା କିଭଳି ବଜାୟ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ‘କସମ’ ସଂଗଠନର କର୍ମକର୍ତାଙ୍କ ସହିତ ସିଟିଟିସର ଅଧିକାରୀ ଫିଲ୍ଡ ଭିଜିଟ୍‌ କରିବେ। ଏହା ପରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇ ଜିଆଇ ପାଇଁ ଆବେଦନ କରାଯିବ। ପରେ ଜିଆଇ କାର୍ଯ୍ୟାଳୟରୁ ଅଧିକାରୀମାନେ ଫିଲ୍ଡ ଭିଜିଟ୍‌ କରିବେ। ତାହା ପରେ ଜିଆଇ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯିବ। କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇଲେ ଏହାର ବଜାର ମୂଲ୍ୟ ବୃଦ୍ଧି ପାଇବା ସହିତ ବାହାରକୁ ରପ୍ତାନି ବଢ଼ିବ ବୋଲି ଶ୍ରୀ କର କହିଛନ୍ତି।

କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ   କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ

ପଢନ୍ତୁ, ଭାରତୀୟ ଯୋଗକୁ ମିଳିଲା କ୍ରୀଡ଼ାର ମାନ୍ୟତା, ସମ୍ମାନ ଦେଲା ଇସଲାମିକ ଦେଶ ସାଉଦି ଆରବ

Related posts

ଦିଲ୍ଲୀରେ ରହସ୍ୟମୟ ମୃତ୍ୟୁ ଘଟଣା:ଗୋଟିଏ ପରିବାରରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା?

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

Krishna Kumar Manoj

ଦୁର୍ଘଟଣା ବଢୁଛି – ନା କର୍ତୃପକ୍ଷ ନା ଲୋକମାନେ, ଏଥିପାଇଁ କାହାର ନଜର ନାହିଂ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More