Entertainment

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

ମଣିକର୍ଣ୍ଣିକାକୁ ନେଇ ବିବାଦ

ବଲିଉଡ ସିନେମା ‘ପଦ୍ମାବତ’କୁ ନେଇ ବିବାଦ ଛାଡିନଥିବା ବେଳେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ମଣିକର୍ଣ୍ଣିକା’ ଉପରେ ଏବେ ବିରୋଧର ବାଦଲ ସୃଷ୍ଟି ହେବା ଆରମ୍ଭ ହେଲାଣି । ‘ପଦ୍ମାବତ’ ଭଳି ‘ମଣିକର୍ଣ୍ଣିକା’ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି।

ଖବରରୁ ଜଣାପଡ଼ିଛି, ବ୍ରାହ୍ମଣ ମହାସଭା ବର୍ତ୍ତମାନ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କର ଉପରେ ଆଧାରିତ ‘ମଣିକର୍ଣ୍ଣିକା:ଦ କ୍ୱିନ୍‌ ଅଫ ଝାନ୍ସୀ’ଙ୍କର ନିର୍ମାତା କମଲ ଜୈନଙ୍କ ପାଖକୁ ଏକ ପତ୍ର ଲେଖିଛନ୍ତି।ଏଥିରେ ସେ ଚଳଚ୍ଚିତ୍ରର ଲେଖକ, ପରାମର୍ଶଦାତା ଓ ଇତିହାସକାରଙ୍କ ନାମ ବିଷୟରେ ଜାଣିବାକୁ ଚାହିିଛନ୍ତି। ବ୍ରାହ୍ମଣ ମହାସଭା ସେହି ଗୋଷ୍ଠୀ, ଯିଏ ‘ପଦ୍ମାବତ’କୁ ବିରୋଧ ସମୟରେ କର୍ଣ୍ଣୀ ସେନାଙ୍କର ସପକ୍ଷରେ ଥିଲା । ବର୍ତ୍ତମାନ ଏହି ଗୋଷ୍ଠୀ ଚଳଚ୍ଚିତ୍ରରେ ରାଣୀ ଲକ୍ଷ୍ମୀବାଇଙ୍କର ଚରିତ୍ର ଆପତ୍ତିିଜନକ ଭାବେ ଚିତ୍ରଣ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି ।

ତେବେ, ସିନେମାରେ ସେଭଳି କିଛି ଦୃଶ୍ୟ ନଥିବା ନେଇ ଉଭୟ ନିର୍ମାତା ଏବଂ ନିର୍ଦ୍ଦେଶକ ଏକ ସତ୍ୟପାଠରେ ସ୍ପଷ୍ଟ କରନ୍ତୁ ବୋଲି ବ୍ରାହ୍ମଣ ମହାସଭାର ସଭାପତି ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ସାକ୍ଷାତ କରି କହିଛନ୍ତି ।‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଙ୍ଗନା ବର୍ତ୍ତମାନ ଏହାର ସୁଟିଂରେ ବ୍ୟସ୍ତ ରହିଛନ୍ତି । ତେବେ ଚଳଚ୍ଚିତ୍ରର ଅଧା ସୁଟିଂ ଯୋଧପୁରରେ ଶେଷ ହୋଇଥିବା ବେଳେ ଆଉ ଅଧା ବହୁତ ଶୀଘ୍ର ବିକାନରରେ ଆରମ୍ଭ ହେବାକୁ ଯାଉଛି ।ଏହି ଚଳଚ୍ଚିତ୍ରରେ କଙ୍ଗନାଙ୍କ ବ୍ୟତୀତ ସୋନୁ ସୁଦ୍‌, ସୁରେଶ ଓବରାଏ , ଅଙ୍କିତା ଲୋଖଣ୍ଡେ ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର manikarna film

ପଢନ୍ତୁ ;

ଗ୍ରୀଷ୍ମଋତୁରେ ମେକଅପକୁ ନେଇ ଚିନ୍ତିତ କି ?ତେବେ ଆପଣାନ୍ତୁ ଏହି ଉପାୟ

Related posts

ଶ୍ରୀଦେବୀଙ୍କ ଚିତା ଭସ୍ମ ଭସାଇବା ପାଇଁ ରାମେଶ୍ୱରମ୍‌ ସମୁଦ୍ରକୂଳରେ ଉପସ୍ଥିତ ହେଲେ ବୋନି କପୁର ଏବଂ ତାଙ୍କର ଦୁଇ ଝିଅ

ENO Beuro

ଭୌତିକ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ରହସ୍ୟ’

ENO Beuro

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More