Entertainment

ନିଜ ବାୟୋପିକର ନିର୍ଦେଶନା ଭାର ନେବେ କଙ୍ଗନା

ଚଳଚିତ୍ର ଅଭିନେତ୍ରୀ କଙ୍ଗନା ରଣୱାତ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସି’ରେ ନଜର ଆସିବା ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ପୂର୍ବାପେକ୍ଷା  ଆହୁରି ବଢ଼ିଯାଇଛି। କଙ୍ଗନାଙ୍କ ଆତ୍ମବିଶ୍ବାସ ବି ଆଗ ଅପେକ୍ଷା ଏତେ ବଢ଼ି ଯାଇଛି ଯେ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ତାଙ୍କୁ ଆଉ କୌଣସି ଗଡ୍‌ଫାଦରଙ୍କର ଆବଶ୍ୟକତା ନାହିଁ ବୋଲି ସେ ନିଜେ କହିଛନ୍ତି ଏକ ସାକ୍ଷାତକ।ରରେ। ଏବେ ନିଜ ଭବିଷ୍ୟତକୁ ନିଜେ ଗଢ଼ିବାର ସ୍ୱପ୍ନ ଦେଖୁଚନ୍ତି କଙ୍ଗନା।

ସେ କହନ୍ତି ତାଙ୍କ ଚାରିପାଖର ଲୋକଙ୍କ ଭଲପାଇବା ତାଙ୍କୁ ନିଜ ବାୟୋପିକ ବନେଇବା ପାଇଁ ସାହସ ଦେଇଛି

ଦି କୁଇନ୍‌ ଅଫ୍‌ ଝାନ୍ସି’ର କାହାଣୀକାର କେ.ଭି. ବିଜୟେନ୍ଦ୍ର ଉକ୍ତ ବାୟୋପିକ୍‌ ପାଇଁ କାହାଣୀ ଲେଖୁଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମ ରିଲିଜ୍‌ ହେବା ଆଶା କରାଯାଏ। ଏ ସମ୍ପର୍କରେ କଙ୍ଗନା  କହନ୍ତି, ତାଙ୍କ ନିଜ କାହାଣୀକୁ ନେଇ ନିର୍ମାଣ ହେବାକୁ ଥିବା ଫିଲ୍ମର ନିର୍ଦ୍ଦେଶନା ସେ ନିଜେ ହି ଦେବେ। ତେବେ ଏହା ତାଙ୍କ ପ୍ରଚାର ପାଇଁ ଉଦ୍ଦିଷ୍ଟ ନୁହେଁ।୧୨ ସପ୍ତାହ ତଳେ ତାଙ୍କ ନିଜ ଜୀବନୀକୁ ଭିତ୍ତିକରି ଏକ କାହାଣୀ ଲେଖିବାକୁ ସୁଯୋଗ ଦେବାକୁ ବିଜୟେନ୍ଦ୍ର ତାଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ଶୁଣି କଙ୍ଗନା ପ୍ରଥମେ ଖୁବ ନର୍ଭସ୍‌ ହୋଇଯାଇଥିଲେ। ତେବେ ତାଙ୍କ ଉପରେ ବିଶ୍ୱାସ ରଖି ଉକ୍ତ ପ୍ରକଳ୍ପ ଆଗେଇ ନେବାକୁ ସେ ବିଜୟେନ୍ଦ୍ର ମହାଶୟଙ୍କୁ ପ୍ରସ୍ତାବ ଦେଇଥିଲେ। ନିକଟରେ ଏକ ସାକ୍ଷାତ୍‌କାରରେ ଅଭିନେତ୍ରୀ କଙ୍ଗନା ସ୍ପଷ୍ଟ କରିଛନ୍ତି ଯେ,ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବରରେ ପରଦାକୁ ଆସିବାକୁ ଥିବା ଏହି ଫିଲ୍ମ ପାଇଁ କଙ୍ଗନା ମାତ୍ର ୩ ମାସ ତଳେ ତାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କାହାଣୀ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦେଇଥିଲେ।

 

ପଢନ୍ତୁ:କଂଗ୍ରେସ ବି ମୁସଲମାନଙ୍କ ପ୍ରତି ନିଷ୍ଠୁର:ମାୟ।ବତୀ
 

Related posts

ଇନିଊଜଓଡିଆ ୟୁଟ୍ୟୁବ ରେ ପ୍ରଥମ ଥର ପାଇଁ ଇତିହାସ, ୨୨ ଘଣ୍ଟାରେ ୧୬,୩୦୦୦ ଦର୍ଶକ

ENO Beuro

ନୀରବ ମୋଦିଙ୍କ ସହ ହୋଇଥିବା ସବୁ ଚୁକ୍ତିରୁ ଓହରିଲେ “ପ୍ରିୟଙ୍କା”

ENO Beuro

ସଲମାନ ଖାନଙ୍କ ଭଉଣୀ ଥିଲେ ଏହି ଅଭିନେତାଙ୍କର ପ୍ରଥମ ପ୍ରେମ

ENO Beuro

Leave a Comment