SPORTS

ବିଶ୍ବକପ୍‌ରେ କପିଳଙ୍କ କମାଲକୁ ପୁରିଲା ୩୬ ବର୍ଷ

Untitled 1

୧୯୮୩ ଜୁନ୍ ୨୫– ଭାରତୀୟ କ୍ରୀଡ଼ା ପାଇଁ ଏକ ସ୍ବର୍ଣ୍ଣିମ ଦିବସ। ଏହିଦିନ ହକି ପରେ ଆଉ ଏକ ଲୋକପ୍ରିୟ କ୍ରୀଡ଼ାରେ ଭାରତ ବିଶ୍ବବିଜେତା ହୋଇ ପାରିଥିଲା। ବିଶ୍ବ କ୍ରିକେଟ୍‌ର ନୂଆ ନାୟକ ଭାବେ ଉଭା‌ ହୋଇଥିଲା। କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ କ୍ରିକେଟ ଦୁନିଆକୁ ଓଲଟ ପାଲଟ କରି ଦେଇଥିଲା। ଏହାର ୩୬ ବର୍ଷ ପୂରଣ ହୋଇଛି ମଙ୍ଗଳବାର।  ୱେଷ୍ଟଇଣ୍ଡିଜ୍ ହ୍ୟାଟ୍ରିକ୍ କରିବାର ପୂର୍ବାନୁମାନକୁ ପୂରା ଭୁଲ ପ୍ରମାଣିତ କରି ଭାରତ ଲର୍ଡସରେ ନୂଆ ଇତିହାସ ରଚିଥିଲା।

୩୬ ବର୍ଷ ତଳେ ଏକ ମେଘଭରା ଶନିବାର ରାତିରେ ‘କପିଲ୍‌ସ ଡେଭିଲ୍‌ସ’ ସାରାଦେଶକୁ ସ୍ତବ୍‌ଧ କରି ଦେଇଥିଲେ। ଭାରତୀୟ ଦଳ ସମସ୍ତଙ୍କୁ ଭୁଲ୍‌ ପ୍ରମାଣିତ କରି ପୂର୍ବ ୨ଟି ବିଶ୍ବକପ୍‌ରେ ଚମ୍ପିଆନ୍ ହୋଇଥିବା ଦୁର୍ଦ୍ଧର୍ଷ ୱେଷ୍ଟଇଣ୍ଡିଜ୍ ଦଳକୁ ଭାରତ ଫାଇନାଲରେ ପରାସ୍ତ କରିଥିଲା।୧୯୮୩ରେ ଅଣ୍ଡରଡଗ୍‌ ଭାବେ ଖେଳିଥିବା କପିଳ ବାହିନୀ କମାଲ କରିଥିଲା। ସବୁ ଅଙ୍କ କଷାକୁ ଭୁଲ ପ୍ରମାଣିତ କରି ବିଶ୍ବ ବିଜୟୀ ହୋଇଥିଲା। ଏହା ହିଁ ଭାରତୀୟ କ୍ରିକେଟ୍‌ର ମୋଡ଼ ବଦଳାଇବା ମୁହୂର୍ତ ଥିଲା। ଫାଇନାଲରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବକପ୍ ତୋଳି ଧରିବା ସହ ଭାରତରେ କ୍ରିକେଟ୍ ବିପ୍ଳବର ଶୁଭାରମ୍ଭ ହୋଇଥିଲା। ୧୯୮୩ ଜୁନ୍ ୨୫ ତାରିଖରେ କପିଳଙ୍କ ଭାରତ ବାହିନୀ ଐତିହାସିକ ଲର୍ଡସରେ ମାତ୍ର ୧୮୩ ରନ୍ କରିଥିଲା। ହେଲେ ଚମତ୍କାର ବୋଲିଂ ଏବଂ କ୍ଷେତ୍ରରକ୍ଷଣ କରି ଭିଭିଆନ୍ ରିଚାର୍ଡସ, କ୍ଲାଇଭ୍ ଲୟଡ, ଗଡନ ଗ୍ରିନିଜ୍‌ଙ୍କ ଭଳି ଖେଳାଳି ଥିବା ଇଣ୍ଡିଜ୍‌କୁ ସ୍ତବ୍ଧ କରି ଦେଇଥିଲା। ତାରକା ଖଚିତ ଇଣ୍ଡିଜ୍ ମାତ୍ର ୧୪୦ ରନ୍‌ରେ ଅଲଆଉଟ୍ ‌ହୋଇ ଯାଇଥିଲା। ତା’ର ହ୍ୟାଟ୍ରିକ୍ ବିଶ୍ବକପ୍ ଜିତିବା ସ୍ବପ୍ନ ମଧ୍ୟ ଧୂଳିସାତ୍ ହୋଇ ଯାଇଥିଲା। କପିଳ ନେଇଥିବା ରିଚାର୍ଡସଙ୍କ କ୍ୟାଚ୍ ସହ ଜିମ୍ବାୱେ ବିପକ୍ଷରେ ଖେଳିଥିବା ୧୭୫* ରନ୍‌ର ଅବିଶ୍ବସନୀୟ ପାଳି ତାଙ୍କୁ କିମ୍ବଦନ୍ତୀ କରି ଦେଇଥିଲା। ବ୍ରିଟିସ୍ ଯୁବରାଜଙ୍କଠାରୁ ସେ ବିଶ୍ବକପ୍ ଟ୍ରଫି ଗ୍ରହଣ  କରିବା ପରେ ଭାରତୀୟ କ୍ରିକେଟ୍ ବିଶ୍ବ ଦରବାରରେ ପହଞ୍ଚିଗଲା ବୋଲି ଲୟଡ୍ କହିଥିଲେ।

 

ସୂଚନାଯୋଗ୍ୟ; ଭାରତର ୧୯୮୩ ବିଶ୍ବକପ୍ ବିଜୟ ଉପରେ ଖୁବ୍ ଶୀଘ୍ର ଏକ ଚଳଚ୍ଚିତ୍ର ରିଲିଜ୍  ହେବାକୁ ଯାଉଛି।

ପଢନ୍ତୁ:

Related posts

ଡ଼େଭିଲ୍ସ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ୩୪ ରନରେ ହାରିଲା ସୁପରକିଙ୍ଗସ

ENO Beuro

ଆଜିଠୁ ଇଣ୍ଡିଆନ୍ ପ୍ରିମିୟର ଲିଗର ଦ୍ୱାଦଶ ସଂସ୍କରଣ: ପାକିସ୍ତାନରେ ହେବନି ପ୍ରସାରଣ

Ratnamani Moharana

ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ,୭ ୱିକେଟରେ ହାରିଲା ଭାରତ

ENO Beuro

1 comment

Leave a Comment