Entertainment

ହାସ୍ୟ ଅଭିନେତା କପିଲଙ୍କୁ ଆଉ ଏକ ଝଟ୍‌କା

By ENO Beuro

April 04, 2018

କପିଲଙ୍କୁ ଆଉ ଗୋଟିଏ ଝଟକା

ବେଶ୍‌ କିଛିଦିନ ଅନ୍ତରରେ ଛୋଟ ପରଦାକୁ ଫେରିଲେ କମେଡି କିଙ୍ଗ କପିଲ ଶର୍ମା । ହାସ୍ୟ ଅଭିନେତା କପିଲ ଶର୍ମା ଏକ ନୂଆ ଶୋ’ଫ୍ୟାମିଲି ଟାଇମ୍ ଉଇଥ୍ କପିଲ ଶର୍ମା ଜରିଆରେ ପରଦାକୁ ଫେରିଥିବା ଦେଖିବାକୁ ମିଳିଥିଲା । ଏହି ଶୋ’ରେ ତାଙ୍କ ସହ ପୂର୍ବ ଶୋ’ର ସବୁ କଳାକାର ଥିବା ବେଳେ ସୁନୀଲ ଗ୍ରୋଭରଙ୍କୁ ଦର୍ଶକ ଦେଖିବାକୁ ପାଇ ନଥିଲେ ।

ଦର୍ଶକେ ଅପେକ୍ଷା ରଖିଲେ ପୁଣି କେବେ ଛୋଟ ପରଦାକୁ ଫେରିବେ ସୁନୀଲ । ତେବେ ଖୁବ୍‌ଶୀଘ୍ର ସୁନୀଲ କପିଲଙ୍କୁ ଟକ୍କର ଦେବାକୁ ଆଉ ଏକ ଧମାକାଦାର କମେଡି ଶୋ ସହ ଛୋଟ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳୁଛି ।

ସୁନୀଲ ତାଙ୍କ ଶୋ’ର ନାଁ ରଖିଛନ୍ତି ‘ଦେ ଦନା ଦନ୍‌’। ଏହାକୁ ଜିଓ ଆପ୍‌ରେ ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି । ପ୍ରତି ଶୁକ୍ରବାର ଓ ଶନିବାର ଏହା ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି । ତେବେ ଏତେ ସବୁ ଅସୁବିଧା ମଧ୍ୟରେ କପିଲଙ୍କୁ ଆଉ ଗୋଟିଏ ଝଟକା ଲାଗିଥିବା ଶୁଣିବାକୁ ମିଳିଛି ।

କପିଲଙ୍କ ପୂର୍ବତନ ପ୍ରେମିକା ପ୍ରୀତି ସୁନୀଲଙ୍କର ଆରମ୍ଭ ହେବାକୁ ଯାଉଥିବା ନୂଆ ସୋ’ରେ କାମ କରିବେ ବୋଲି ଖବର ମିଳିଛି । ୱେବ ସିରିଜ ‘ଦେ ଦନା ଦନ’ରେ ସେ ଶିଳ୍ପା ସିନ୍ଦେ ଏବଂ ସୁନୀଲଙ୍କ ସହ ନଜର ଆସିବେ କୁହାଯାଉଥିବାବେଳେ ଏଥିରେ ପ୍ରୀତିଙ୍କ ଭଉଣୀ ମଧ୍ୟ କାମ କରିବେ ବୋଲି ଶୁଣିବାକୁ ମିଳିଛି ।

ତେବେ କପିଲ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ଭିତରେ ଥିବା ପୁରୁଣା ବିବାହ ଏପର୍ଯ୍ୟନ୍ତ ଥମି ନ ଥିବା ଅନୁମାନ କରାଯାଉଛି। ଆଗାମୀ ଦିନରେ ଉଭୟେ ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କରିପାରନ୍ତି ।

ପଢନ୍ତୁ ;

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା