• Home
  • Entertainment
  • କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି
Entertainment

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି

ଜାଣନ୍ତୁ  କପିଲ ଶର୍ମାଙ୍କ ନୂଆ ସୋର ପ୍ରସାରଣ ସମ୍ପର୍କରେ

କପିଲ ଶର୍ମାଙ୍କ ପ୍ରଶଂସକମାନଙ୍କ ଏକ ଖୁସି ଖବର ଆସିଛି। ମାର୍ଚ୍ଚରେ କପିଲ ପୁଣି ନଜର ଆସିବେ ଛୋଟ ପରଦାରେ । ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ କମେଡି କିଙ୍ଗଙ୍କ ଜଲୱା । ଛୋଟ ପରଦାରେ ପୁଣି ଜମିବ କପିଲ ଶର୍ମାଙ୍କ ଜବରଦସ୍ତ କମେଡି । ଅନେକ ଦିନର ବିରତି ପରେ ପୁଣିଥରେ କମେଡିଆନ କପିଲ ଶର୍ମା ଛୋଟ ପରଦାକୁ ଫେରୁଛନ୍ତି । ଏଥର ସୋ ର ନାଁ ରହିଛି “ଫ୍ୟାମିଲ ୱିଥ କପିଲ ଶର୍ମା” । ନିକଟରେ କପିଲଙ୍କର ଏହି ସୋର ଏକ ଛୋଟ ପ୍ରୋମୋ ମଧ୍ୟ ଦେଖିବାକୁ ମିଳିଥିଲା।

ଏହି ସୋ’ ପୂର୍ବ ସୋ ଠାରୁ ସଂପୁର୍ଣ୍ଣ ଭିନ୍ୟ ଧରଣର ରହିବ। ଏଥର ତାଙ୍କ ସହ ତାଙ୍କର ସାଥୀ କଳାକାର କିକୁ ଶାରଦା, ଚନ୍ଦନ ପ୍ରଭାକର ଏବଂ ସୁମୋନା ଚକ୍ରବର୍ତୀ ମଧ୍ୟ ରହିବେ। ସେମାନେ ପରିବାର ମାନଙ୍କ ସହ ଫନ୍ ଗେମ୍ ସହ ଆକ୍ଟିଭିଟିଜ କରୁଥିବାର ନଜର ଆସିବେ। ଏହି ଭିତରେ କପିଲଙ୍କର ପୁରୁଣା ବନ୍ଧୁ ତାଥା କମେଡିଆନ ସୁନୀଲ ଗ୍ରୋଭର ନିକଟରେ ଟ୍ୱିଟ କରି ତାଙ୍କର ଓ କପିଲ ମଧ୍ୟରେ ଥିବା ପୂର୍ବ ବିବାଦକୁ ତାଜା କରି ଦେଇଛନ୍ତି ।

ସୁନୀଲଗ୍ରୋଭର ଟ୍ୱିଟ୍ କରିଛନ୍ତି ଯେ, ଶବ୍ଦ ବହୁତ କମ ବୟାନ କରିପାରେ, ସଂଚାରର ଏହା ସବୁଠୁ ଶସ୍ତା ମାଧ୍ୟମ ।ଭାବନା ଏବଂ ଯେମିତି କୁହାଯାଏକି ଆପଣଙ୍କ ଦ୍ୱାରା କରାଯାଇଥିବା କର୍ମ ସବୁ କିଛି କହିଥାଏ। ଗତ ବର୍ଷ କପିଲ ଶର୍ମା ,ସୁନୀଲଙ୍କ ସହ ହୋଇଥିବା ଝଗଡା ପରେ ବିବାଦକୁ ଆସିଯାଇଥିଲେ । ଯାହାପରେ ତାଙ୍କ ଶୋର ଚାହିଦା ଧିରେ ଧିରେ କମିବା ଆରମ୍ଭ କରିଥିଲା । ଶେଷରେ ଚାନେଲ୍ କତୃପକ୍ଷଙ୍କ ସୋକୁ ବନ୍ଦ କରି ଦେଇଥିଲେ । ଏବେ ପୁଣିଥରେ ଉକ୍ତ ଚ୍ୟାନେଲ୍ କପିଲଙ୍କୁ ନେଇ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଆଉ ଏକ କମେଡି ଶୋ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ଶୋ ଟି ପ୍ରସାରିତ ହେବ ବୋଲି ସୂଚନା ମିଳିଛି।

କପିଲ ଶର୍ମା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର ! ଆଗକୁ ଛୋଟ ପରଦାରେ ପୁଣିଥରେ ଦେଖିବାକୁ ମିଳିବ କପିଲଙ୍କ କମେଡ଼ି kapil

ପଢନ୍ତୁ;

ପ୍ରଥମ ଟି-୨୦: ଶ୍ରୀଲଙ୍କା ୬ ଓ୍ଵିକେଟ୍‌ରେ ଜିତିଲା

Related posts

Sita Bibaha – First Odia Film Completed 80 Years Of Its Existence

Krishna Kumar Manoj

ପଦ୍ମାବତୀ ବଦଳରେ ‘ପଦ୍ମାବତ’,ଏହାର କାରଣ କ’ଣ ? ଆସନ୍ତୁ ଜାଣିବା

Krishna Kumar Manoj

୧୩ ବର୍ଷ ପରେ ‘ପ୍ରେମୀ ନଂ ୧’ ପୁଣି ଫେରିଛି ରୂପେଲି ପରଦାକୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More