Entertainment

ଡିସେମ୍ବରରେ ବିବାହ କରିବେ କପିଲ ଶର୍ମା

ବଲିଊଡରେ ଏବେ ବିବାହର ଋତୁ ଚାଲିଛି। ବଲିଉଡ୍‍ ସେଲିବ୍ରିଟି ଦୀପିକା ପାଦୁକୋନ-ରଣବୀର ସିଂହ ଏବଂ ପ୍ରିୟଙ୍କା ଚୋପ୍ରା ଓ ଆମେରିକର ନିକ୍‍ ଜୋନାଜ୍‍ଙ୍କ ପରେ ଏବେ ହାସ୍ୟ କଳାକାର କପିଲ ଶର୍ମା ନିଜ ବିବାହ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଡିସେମ୍ବର ୧୨ରେ ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ଗିନ୍ନି ଚତ୍ରାଥଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ। ଡିସେମ୍ବର ୧୪ରେ ବିବାହ ଭୋଜି ଅନୁଷ୍ଠିତ ହେବ।

kapil

ଜାତୀୟ ଗଣମାଧ୍ୟମ ପ୍ରକାଶିତ ରିପୋର୍ଟ ଅନୁଯାୟୀ କପିଲଙ୍କ ଏହି ବିବାହ ଉତ୍ସବ ପୈତୃକ ସହର ଅମ୍ରିତସରରେ ଅନୁଷ୍ଠିତ ହେବ । ପଂଜାବୀ ରୀତିନୀତିରେ ୪ଦିନ ଧରି କପିଲଙ୍କ ବିବାହ ଉତ୍ସବ ଚାଲିବ ।

ଏହା ସହ କପିଲ ପୁଣି ନିଜର ପୁରୁଣା ସୋ’ ‘ଦ କପିଲ ଶର୍ମା ସୋ’ନେଇ ପରଦାକୁ ଫେରୁଥିବା ଜଣା ପଡ଼ିଛି । ବିବାହର ପ୍ରସ୍ତୁତି ସହ ନିଜ ସୋ’ର ପ୍ରସ୍ତୁତି କରିବା ପାଇଁ ସେ ମୁମ୍ବାଇ ଆସି ସାରିଥିବା ଜଣାପଡ଼ିଛି।

ପଢନ୍ତୁ;କିଛି ସର୍ତ୍ତ ସହ ବାଣ ଫୁଟାଇବାକୁ ମଞ୍ଜୁରୀ ପ୍ରଦାନ କଲେ ସୁପ୍ରିମ୍ କୋର୍ଟ

Related posts

ବିଶ୍ଵର ଦାମୀ ସେଲିବ୍ରେଟି:ଶ୍ରେଷ୍ଠ ଶହେରେ ସଲମାନ ଓ ଅକ୍ଷୟ ,ବାଦ ପଡିଲେ ଶାହରୁଖ

ENO Beuro

ବିବାହ ପରେ ଦୀପ-ବୀରଙ୍କ ପ୍ରଥମ ଝଲକ, ସୋସିଆଲ ମିଡିଆରେ ହେଲା ଭାଇରାଲ

ENO Beuro

ପୁଣି ବାବୁସାନ – ଅଶୋକ ଯୋଡି ଜମିବ

ENO Beuro

Leave a Comment