Loading...

ଦୀର୍ଘ ୧୦ଦିନର ବନ୍ଦୀ ପରେ ଖୋଲିଲା କପିଳେଶ୍ବର ମନ୍ଦିର, ଦୋଳଯାତ୍ରା ପାଇଁ ପ୍ରସ୍ତୁତି ଦିଅଁ

ଦୀର୍ଘ ୧୦ଦିନର ବନ୍ଦୀ ପରେ ଖୋଲିଲା କପିଳେଶ୍ବର ମନ୍ଦିର, ଦୋଳଯାତ୍ରା ପାଇଁ ପ୍ରସ୍ତୁତି ଦିଅଁ

ଲୋକଙ୍କ କହିବାନୁଯାୟୀ, ମନ୍ଦିର ବନ୍ଦ ହେବାପରେ ଦିଅଁଙ୍କର ଫଗୁ ଦଶମୀରେ ପ୍ରଭୁଙ୍କଠାରେ ଅବିର ଲାଗି ହୋଇପାରିଲାନି। ଶେଷରେ ଦୋଳ ଯାତ୍ରା ବି ବନ୍ଦ କରିବେ!

ଗତ ହାଣ୍ଡିଭଙ୍ଗା ଯାତଠାରୁ ବନ୍ଦ ରହିଥିବା କପିଳେଶ୍ବର ମନ୍ଦିର ଶେଷରେ ଖୋଲିଲା।  ଦୀର୍ଘ ୧୦ ଦିନ ଧରି ଭୋକରେ ଥିଲେ ଠାକୁର । ଅପୂଜା ଅବସ୍ଥାରେ ଉପାସରେ ରହିଥିବା କପିଳେଶ୍ବରଙ୍କ ସବୁଦିନିଆ ପୂଜା ନୀତିକାନ୍ତି ଆଜି ଏମିତି ଏକ ଭିନ୍ନ ପରିବେଶରେ ପୁଣି ଆରମ୍ଭ ହୋଇଛି।ମଲିଆ ସେବାୟତ ପରିବାରର ଶତାଧିକ ମହିଳା କପିଳେଶ୍ବର ମନ୍ଦିରକୁ ଧସେଇ ପଶି ମନ୍ଦିର କବାଟ ଖୋଲିଥିଲେ।  ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ହାଇକୋର୍ଟ ପରମ୍ପରା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଦେବାତ୍ତର ବିଭାଗ ଓ ମନ୍ଦିର ଟ୍ରଷ୍ଟର ସମସ୍ତ ଆଲୋଚନାକୁ ମଲିଆ ସେବାୟତମାନେ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି। ଫଳରେ ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିରରେ ତାଲା ଝୁଲୁଥିଲା। ଠାକୁର ଅପୂଜା‌ ଓ ଉପାସରେ ଥିଲେ। ଗତକାଲି ମଧ୍ୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନେ ବିବାଦର ସମାଧାନ ପାଇଁ ବୈଠକ କରିଥିଲେ ଏବଂ ତା’ ବି ବିଫଳ ହୋଇଥିଲା। 

ଲୋକଙ୍କ କହିବାନୁଯାୟୀ, ମନ୍ଦିର ବନ୍ଦ ହେବାପରେ ଦିଅଁଙ୍କର ଫଗୁ ଦଶମୀରେ ପ୍ରଭୁଙ୍କଠାରେ ଅବିର ଲାଗି ହୋଇପାରିଲାନି। ଶେଷରେ ଦୋଳ ଯାତ୍ରା ବି ବନ୍ଦ କରିବେ! ତେଣୁ ପ୍ରସ୍ତୁତି ପାଇଁ ଦୋଳବିମାନକୁ ବାହାର କରି ସାଜସଜ୍ଜା କରିବାରେ ଲାଗିଲେ ଏବଂ ଜଗି ରହି ଦୋଳଯାତ୍ରା ପ୍ରସ୍ତୁତି ତଦାରଖ କଲେ। ଏଣେ ହାଇକୋର୍ଟଙ୍କ ପରମ୍ପରା ରକ୍ଷା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି। 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.