News

ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର

Kk

୪ ନମ୍ବର ବେସ କ୍ୟାମ୍ପରେ କଳ୍ପନାଙ୍କ ମରଶରୀର

ଏଭେରେଷ୍ଟ ଶୃଙ୍ଗାର ବାଲକୋନୀ ଏରିଆରେ ପର୍ବତାରୋହୀ କଲ୍ପନା ଦାସଙ୍କ ମର ଶରୀରକୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନିଯୋଜିତ ଥିବା ୧୦ ଜଣ ନେପାଳୀ ଶେର୍ପା ତାଙ୍କ ଶରୀରକୁ ୪ ନମ୍ବର ବେସ କ୍ୟାମ୍ପରେ ପହଞ୍ଚାଇ ଦେଇଛନ୍ତି। ଏନେଇ ଆଜି ରାଜ୍ୟ କ୍ରିଡା ଓ ଯୁବସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଲୁକଲା ବେସ କ୍ୟାମ୍ପକୁ ଶରୀର ଅଣାଯାଇ ଏୟାର ଆମ୍ବୁଲାନ୍ସରେ କାଠମାଣ୍ଡୁ  ଅଣାଯିବାର ବ୍ୟବସ୍ଥା କରାଯାଇଛି।

କଳ୍ପନାଙ୍କ ମରଶରୀର  ଓଡ଼ିଶା ପହଁଚିବାକୁ ଆଉ ଦୁଇ-ତିନି ଦିନ ଲାଗିବ ବୋଲି ସୂଚନା ଦେଇଛନ୍ତି କାଠମାଣ୍ଡୁ ଗସ୍ତ କରିଥିବା ୩ ଜଣିଆ ଓଡ଼ିଶା ଦଳର ସଦସ୍ୟ ରଂଜିତ କର୍ମି  ସୂଚନା ଦେଇଛନ୍ତି। ୨୦୦୪ ଏବଂ ୨୦୦୬ରେ ବିଫଳ ହେବା ପରେ ୨୦୦୮ରେ ନିଜ ତୃତୀୟ ପ୍ରୟାସରେ ଏଭେରେଷ୍ଟ ଆରୋହଣ କରି ନୂଆ ଇତିହାସ ରଚିଥିଲେ କଳ୍ପନା। କିନ୍ତୁ ପ୍ରଥମ ଭାରତୀୟ ମହିଳା ଭାବେ ଶାଢ଼ୀ ପରିଧାନ କରି ବିରଳ କୀର୍ତିମାନ କରିବାର କିଛି ଘଣ୍ଟା ପରେ ଗତ ଗୁରୁବାର ଏଭେରେଷ୍ଟ୍‌ର ବାଲକୋନି ଅଞ୍ଚଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ପଢନ୍ତୁ: ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ବିଭ୍ରାଟ: ରିଚେକିଙ୍ଗ ଓ ମାର୍କ ଆଡିସନରେ ଧରାପଡିଲା ତ୍ରୁଟି

Related posts

ବିଚାରପତିମାନଙ୍କର ବେତନ ବଢାଇବା ପାଇଁ ଭୁଲିଯାଇଛନ୍ତି କି ?- ଉଚ୍ଚତମ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ

ENO Beuro

ପୁଣି ଜେଲ୍ ଗଲେ ବଲିଉଡ କଳାକାର ନାସିର ଖାଁ

ENO Beuro

ମାଲକାନଗିରିରେ ବନ୍ୟା ପରିସ୍ଥିତି,୮ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ

ENO Beuro

Leave a Comment