EnewsOdia.Com

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର

ଆମେ ସାଧାରଣତଃ ସାମାନ୍ୟ ଠାରୁ ଅଧିକ ଯତ୍ନ ନେଇଥାଏ। ଚମକପୂର୍ଣ୍ଣ ତ୍ୱଚା ପାଇବା ପାଇଁ ଅନେକ ଉପାୟକୁ ଆପଣେଇଥାନ୍ତି। ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଥିଲେ କର୍ପୂରକୁ ନଡିଆ ତେଲରେ ମିଶାଇ ଚେହେରାରେ ମସାଜ୍‌ କରନ୍ତୁ। ଯଦି ଶରୀରରେ କୌଣସି ସ୍ଥାନରେ ଖଣ୍ଡିଆ, ଘା କିମ୍ବା ଜଳିଯାଇଥାଏ ତେବେ କର୍ପୂରକୁ ପାଣିରେ ମିଶାଇ ଆଘାତ ହେଉଥିବା ସ୍ଥାନରେ ଲଗାନ୍ତୁ। ଏହା ଜ୍ୱଳନକୁ କମ୍‌ କରି ଥଣ୍ଡା ପହଁଚାଇଥାଏ।

୧) ପେଟ ଯନ୍ତ୍ରଣା ହେବା ଦ୍ୱାରା କର୍ପୂର, ଜୁଆଣୀ ଏବଂ ପୋଦିନାକୁ ସର୍ବତରେ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ। ଥଣ୍ଡା, ଜ୍ୱର ଏବଂ ଫସଫସ୍‌ ସମ୍ବନ୍ଧୀୟ ରୋଗରେ କର୍ପୂର ସୁଙ୍ଘିବା ଦ୍ୱାରା ଫାଇଦା ମିଳିଥାଏ।

camphor୨) ପାଦ ଫାଟିଥିଲେ ଏହାର ଅଭ୍ୟର୍ଥ ଔଷଧ ହେଉଛି କର୍ପୂର। ଉଷୁମ ପାଣିରେ କର୍ପୂର ମିଶାନ୍ତୁ ଏହାପରେ ସେହି ପାଣିରେ ପାଦକୁ ବୁଡାଇ ୧୫ ରୁ ୨୦ ମିନିଟ୍‌ ରଖନ୍ତୁ ଏହାପରେ ଏଡି ଫଟାରୁ ସାମାନ୍ୟ ଆରାମ ମିଳିଥାଏ।

୩) ତ୍ୱଚା ଲାଲ ହୋଇଯାଇଥିଲେ କର୍ପୂରକୁ ଅଳ୍ପ ପାଣିରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏହାପରେ ଲାଲ ପଡିଥିବା ସ୍ଥାନରେ ଲଗାନ୍ତୁ।

white-camphor-oil୪) କେଶ ଝଡିବା ସମସ୍ୟା ହେଉଥିଲେ କର୍ପୂର ତେଲରେ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ଝଡିବା ଧୀରେ ଧୀରେ କମ୍‌ ହୋଇଯାଇଥାଏ। ରୂପି ସମସ୍ୟା ଥିଲେ ମଧ୍ୟ ଏହା କାମରେ ଆସିବ।

୫) ଆଣ୍ଠୁ ଯନ୍ତ୍ରଣାରେ କର୍ପୂର ତେଲକୁ ମାଲିସ୍‌ କରିବା ଦ୍ୱାରା ଆରାମ ଲାଗିଥାଏ। ଏହା ଆଣ୍ଠୁ ଗଣ୍ଠି ସମସ୍ୟା ଥିବା ରୋଗୀଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଏହାସହିତ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେବାରେ ମଧ୍ୟ ବହୁତ କାରିଗର ହୋଇଥାଏ।

ପଢନ୍ତୁ: ପୁରୁଣା ଖବରକାଗଜକୁ ଘରକରଣା କାମରେ ବ୍ୟବହାର କରନ୍ତୁ, ଜାଣନ୍ତୁ କିପରି

ସମ୍ବନ୍ଧିତ ଖବର

ଜାଣନ୍ତୁ ଥକାପଣ ଦୂର କରାଇବାର ସହଜ ଉପାୟ

Ratnamani Maharana

କର୍ମଜୀବୀ ମହିଳାଙ୍କ ପାଇଁ କେତୋଟି ବିୟୁଟି ଟିପ୍ସ

Ratnamani Maharana

ଶୀତରେ କେମିତି ସୁରକ୍ଷିତ ରହିବେ, ପଢ଼ନ୍ତୁ କିଛି ଟିପ୍ସ

Ratnamani Maharana

ଏହି ୧୦ଟି ଉପାୟରେ ପ୍ରତିଦିନ ଖାଆନ୍ତୁ ଅଁଳା, କିଛିଦିନ ଭିତରେ ଆପଣଙ୍କୁ ମିଳିବ ଅଦ୍ଭୁତ ଫାଇଦା

Ratnamani Maharana

ଜାଣନ୍ତୁ ଶୀତ ଦିନେ କେମିତି କରିବେ ଡାଇବେଟିସର ସାମ୍ନା

Ratnamani Maharana

ଦାମୀ କ୍ରିମ୍‌ ନୁହେଁ, ଷ୍ଟ୍ରେଚ୍‌ ମାର୍କରୁ ମୁକ୍ତି ଦେବ ଭିଟାମିନ୍‌

Ratnamani Maharana