Entertainment

କରଣ ଜୋହରଙ୍କୁ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗଙ୍କ ନୋଟିସ

କରଣ ଏବଂ କଙ୍ଗନାଙ୍କ ବିବାଦ ମିଡିଆରେ ଅନେକ ସମୟ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । କେତେବେଳେ କଙ୍ଗନା କରଣଙ୍କ ଉପରେ କଥାରେ କଥାରେ ଆକ୍ରମଣ କରୁଥିଲେ ତ ପୁଣି କେତେବେଳେ କରଣ ଏହାର ପ୍ରତ୍ୟୁଉତ୍ତର ଦେଉଥିଲେ । କିଛି ଦିନ ପୂର୍ବେ କଙ୍ଗନାଙ୍କ ସହ ଉପୁଜି ଥିବା ଏହି ବିବାଦକୁ ନେଇ ଚର୍ଚ୍ଚାରେ ଆସିଥିବା କରଣ ଜୋହର ପୁଣିଥରେ ଖବରକୁ ଆସିଛନ୍ତି । ଷ୍ଟାରପ୍ଲସରେ ଆସୁଥିବା ଶୋ’ ‘ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାର’ରେ କରଣ ଜୋହର ବିଚାରକ ରୂପେ ନଜରକୁ ଆସିଥିଲେ । ମାତ୍ର ଦିଲ୍ଲୀର କେଜରିୱାଲ ସରକାର କରଣ ଜୋହରଙ୍କୁ ଯେଉଁ ନୋଟିସ୍ ପ୍ରଦାନ କରିଛନ୍ତି ନିଶ୍ଚିତ ରୂପେ ଏହା ତାଙ୍କୁ ବିପଦରେ ପକାଇ ପାରେ ।

ଇଣ୍ଡିଆଜ ନେକ୍ସଟ ସୁପରଷ୍ଟାରରେ ଏକ ପାନ ମସଲା କମ୍ପାନୀ ବିଜ୍ଞାପନ ଦେଖାଯାଇଥାଏ । ମାତ୍ର ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଧୂମ୍ରପାନ ଏବଂ ଅନ୍ୟ ଟବାକୋ ପ୍ରଡକ୍ଟସ ଧାରାକୁ ଆଧାର କରି ନୋଟିସ୍ ପଠାଇଛନ୍ତି । ଶୋ’ ସମେତ ଚ୍ୟାନେଲ ମାଲିକ, ଧର୍ମା ପ୍ରଡକ୍ସନ, ଏଣ୍ଡମୋଲ ପ୍ରଡକ୍ସନ କମ୍ପାନୀ, ପାନ ମସଲା କମ୍ପାନୀ, କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କୁ ମଧ୍ୟ ନୋଟିସ ଆସିଛି । କରଣ ଜୋହରଙ୍କୁ ଏହି ସମ୍ବନ୍ଧରେ ୧୦ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି । ଯଦି ଏଭଳି ନକରନ୍ତି ତେବେ ତାଙ୍କୁ ୫ବର୍ଷ ଜେଲ ଏବଂ ୨୦୦୦ଟଙ୍କା ଜୋରିମାନା ଦେବାକୁ ପଡିପାରେ । କରଣ ଜୋହର ଏହି ଧାରାକୁ ଉଲଂଘନ କରିଥିବାରୁ ଦ୍ୱିତୀୟ ଥର ଲାଗି ନୋଟିସ ପଠାଯାଇଛି ।

କରଣ ଜୋହରଙ୍କୁ ଫିଲ୍ମ “ଇତେଫାକ”ର ପୋଷ୍ଟର ଲାଗି ନୋଟିସ ପଠାଯାଇଥିଲା ଯେଉଁଥିରେ ଅଭିନେତା ଅକ୍ଷୟ ଖନ୍ନା ସିଗାରେଟ ଟାଣୁଥିଲେ ।

ପଢନ୍ତୁ ;

ପ୍ରଭାସଙ୍କ ସହ ସିନେମା କରିବେ ଅର୍ଶୀ ଖାନ

Related posts

ଚୀନରେ ରିଲିଜ ହେବ “ସୁଲ୍‌ତାନ”,ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ

ENO Beuro

ଅଗଷ୍ଟ ୧୫ ରେ ପୁଣି ଦୁଇଟି ହିନ୍ଦୀ ସିନେମାଭିତରେ ହେବ ଜବରଦସ୍ତ ଟକ୍କର

ENO Beuro

ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଦୀପିକା-ରଣବୀର , କେବେ ବିଭାହ କରିବେ ଜାଣନ୍ତୁ ?

ENO Beuro

Leave a Comment