• Home
  • Entertainment
  • କରଣୀ ସେନାର ୟୁ-ଟର୍ଣ୍ଣ:ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣାରେ ରିଲିଜ ହେବ ପଦ୍ମାବତ୍
Entertainment

କରଣୀ ସେନାର ୟୁ-ଟର୍ଣ୍ଣ:ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣାରେ ରିଲିଜ ହେବ ପଦ୍ମାବତ୍

କରଣୀ ସେନାର ୟୁ-ଟର୍ଣ୍ଣ

ସିନେମା ‘ପଦ୍ମାବତ୍‌’ରେ କିଛି ବି ଆପତ୍ତିଜନକ ଦୃଶ୍ୟ ନଥିବା ସତ୍ତ୍ୱେ କରଣୀ ସେନା ଏହାକୁ ରିଲିଜ କରାଯିବ ନାହିଁ ବୋଲି ନିଷେଧାଦେଶ ଜାରି କରାଯାଉ ବୋଲି ଅଡି ବସିଥିଲା। କରଣୀ ସେନା ‘ପଦ୍ମାବତ୍‌’ ରିଲିଜ ପରେ ୟୁ-ଟର୍ଣ୍ଣ ନେଇଛି। କେବଳ ଏତିକି ନୁହେଁ ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ସିନେମା ରିଲିଜକୁ ନିଷେଧାଦେଶ ଜାରି କରାଯାଇଥିଲା । ଏବେ ଏହି ସ୍ଥାନମାନଙ୍କରେ ସିନେମା ରିଲିଜ କରିବା ପାଇଁ କରଣୀ ସେନା ସହଯୋଗର ହାତ ବଢ଼ାଇଛି।କେବଳ ଏତିକି ନୁହେଁ କରଣୀ ସେନା ଭଂସାଳୀଙ୍କୁ ମଧ୍ୟ ଏ ନେଇ ଆଶ୍ୱସନା ଦେଇଛି । କରଣୀ ସେନା ଏକ ପତ୍ର ମାଧ୍ୟମରେ ଏହା କହିଛି ।

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଉପସଭାପତି ଯୋଗେନ୍ଦ୍ର ସିଂହଙ୍କ ମୁତାବକ ତାଙ୍କୁ ଭଂସାଳୀ ନିଜେ ମୁମ୍ବାଇରେ ଫିଲ୍ମ ଦେଖିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଏହା ପରେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡ଼ିଙ୍କ ନିର୍ଦ୍ଦେଶ ଅନୁସାରେ ସେ ଶୁକ୍ରବାର ଦିନ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖିବା ପରେ ସେ କହିଛନ୍ତି ଯେ ଫିଲ୍ମରେ ରାଜପୁତଙ୍କ ମହାନତା,ତ୍ୟାଗ ଓ ସୁନ୍ଦର ଚିତ୍ରଣ କରାଯାଇଛି।

ଏହା ପରେ ରାଷ୍ଟ୍ରୀୟ ରାଜପୁତ କରମୀ ସେନା ପକ୍ଷରୁ ବିରୋଧ ପ୍ରତ୍ୟାହାର କରିବା ପାଇଁ ଭଂସାଳୀ ଓ ପଦ୍ମାବତର ପ୍ରଯୋଜକଙ୍କୁ ପତ୍ର ଲେଖାଯାଇଛି । ଏଥିରେ ଲେଖାଯାଇଛି ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୁଜୁରାଟରେ ଫିଲ୍ମ ରିଲିଜ ହୋଇପାରିବ ବୋଲି ଲେଖାଯାଇଛି । ଶୁକ୍ରବାର ଯୋଗେନ୍ଦ୍ର ସିଂହ ଲେଖିଥିବା ଏହି ଚିଠି ଏବେ ସୋସିଆଲ ମିଡିଆରେ ଖୂବ୍ ଭାଇରାଲ ହୋଇଛି ।
କରଣୀ ସେନାର ୟୁ-ଟର୍ଣ୍ଣ:ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ ଓ ହରିୟାଣାରେ  ରିଲିଜ ହେବ ପଦ୍ମାବତ୍ karani sena letter
ପଢନ୍ତୁ ;

ଆସନ୍ତୁ ଜାଣିବା ବୈବାହିକ ସଂପର୍କକୁ କିପରି ସୁଦୃଢ କରିବେ

Related posts

ବଲିଉଡରେ ପାଦ ରଖିବେ ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ

Krishna Kumar Manoj

୧୩ ବର୍ଷ ପରେ ‘ପ୍ରେମୀ ନଂ ୧’ ପୁଣି ଫେରିଛି ରୂପେଲି ପରଦାକୁ

Krishna Kumar Manoj

ଯାତ୍ରା ଦୁନିଆ ର ହାଲଚାଲ, ଯାତ୍ରା କଳାକାର ଓ ପରଦା ପଛର କାହାଣୀ ବିଷୟରେ ଅଧିକା ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More