Bollywood

କରିନା କପୂର ଙ୍କ “ଜବ ୱି ମେଟ୍” ଚରିତ୍ର, ମୋତେ ଅଭିନୟ ପ୍ରତି ଅନୁପ୍ରାଣିତ କରିଛି – ଅନୁଷ୍କା ଶର୍ମା

ଅନୁଷ୍କା ଶର୍ମା କହିଛନ୍ତି ଯେ, ଇମତିଆଜ ଅଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଜବ ୱି ମେଟ୍ ’ରେ କରୀନା କପୁର ଖାନ କରିଥିବା ଚରିତ୍ର ଗୀତ୍ ଓ ଅଭିନୟ ବହୁତ ମାତ୍ରାରେ ଅନୁପ୍ରାଣିତ କରିଥିଲା ଏବୋଂ  ଏତେ ଭଲ ଲାଗିଥିଲା ଯେ ସେ ସିନେମା ହଲ୍‌ରେ ହିଁ ବସି ବସି ଫିଲ୍ମ ଲାଇନ୍‌କୁ ଆସିବାକୁ ମନ ସ୍ଥିର କରିନେଇଥିଲି।

‘ଜବ୍ ହ୍ୟାରି ମିଟ୍ ସେଜଲ’ର ଟ୍ରେଲର ରିଲିଜ ବେଳେ ଅନୁଷ୍କାଙ୍କ ସହ ଶାହାରୁଖ ଖାନ୍ ଏବଂ ଡାଇରେକ୍ଟର ଇମତିଆଜ ଅଲ୍ଲି ଉପସ୍ଥିତ ଥିଲେ। ଇମତିଆଜ ‘ଜବ ୱି ମେଟ୍’ର ମଧ୍ୟ ଡାଇରେକ୍ଟର ଥିଲେ।

ଜବ୍ ହାରି ମେଟ୍ ସେଜଲ’ର ଟ୍ରେଲର ଲଂଚ୍ ଅବସରରେ ଅନୁଷ୍କା କହିଛନ୍ତି , ‘ମୁଁ ଅନେକ ଦିନ ଧରି ଇମିତିଆଜଙ୍କ ସହ କାମ କରିବାକୁ ଅପେକ୍ଷା କରିଥିଲି  ଏବୋଂ ଯେତେବେଳେ ସେ ଏହି ସିନେମା ର କାହାଣୀ ଶୁଣେଇଲେ ମତେ ବହୁତ ଭଲ ଲାଗିଲା ଓ ମୁଁ ଏଥିରେ କାମ ପାଇଁ ଇଚ୍ଛୁକ ହେଲି’ ।

ମୋର ମନେ ଅଛି ଯେ ଯେତେବେଳେ ମୁଁ ମୋ ପରିବାର ସହ “ଜବ ୱି ମେଟ୍” ଦେଖୁଥିଲି, ଏହା ଏକ ସୁନ୍ଦର କାହାଣୀ ବୋଲି ତାରିଫ କରିଥିଲି ଆଉ “ଜବ୍ ହାରି ମେଟ୍ ସେଜଲ” ପାଇଁ ମଧ୍ୟ ସମାନ ଅନୁଭବ କରୁଛି ଓ ବହୁତ ଆଶାବାଦି ଅଛି ବୋଲି ମଧ୍ୟ ଅନୁଷ୍କା କହିଛନ୍ତି ।

ଶାହାରୁଖ ଙ୍କ ସହ ଏହା ତୃତୀୟ ସିନେମା ହବ। ପ୍ରଥମ, ରବ ନେ ବନା ଦି ଯୋଡି ଓ ଦ୍ଵିତୀୟ ଜବ ଟକ ହେ ଜାନ ।

ଅଗଷ୍ଟ ୪ ତାରିଖରେ ଶାଖାରୁଖ ଏବଂ ଅନୁଷ୍କା ଷ୍ଟାରର ‘ଜବ୍ ହ୍ୟାରି ମିଟ୍ ସେଜଲ’ ରିଲିଜ ହେବ।

କରିନା କପୂର ଙ୍କ "ଜବ ୱି ମେଟ୍" ଚରିତ୍ର, ମୋତେ ଅଭିନୟ ପ୍ରତି ଅନୁପ୍ରାଣିତ କରିଛି - ଅନୁଷ୍କା ଶର୍ମା

Related posts

TV Actress Reem Sheikh Ready To Play Malala Yousafzai In A Biopic “Gul Makai”

ENO Beuro

Huma Qureshi’s Upcoming Movie “Partition: 1947” To Release On August 18

ENO Beuro

Kriti Sanon And Diljit Dosanjh’s Fresh Pair Is Coming Soon in Arjun Patiala

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More