POLITICALS

ନିର୍ବାଚନ ମଇଦାନକୁ ଓହ୍ଲାଇବେ ବଲିଉଡ ଅଭିନେତ୍ରୀ କରୀନା

bebo

ବିଜେପିକୁ ହରାଇବା ପାଇଁ ମଧ୍ୟପ୍ରଦେଶର ଭୋପାଳରୁ ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ କଂଗ୍ରେସ ଟିକେଟରେ ଲଢ଼ିବେ। ଏନେଇ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଯୋଜନା। ଭୋପାଳ ସହିତ ନବାବ୍‌ ପଟୌଦୀଙ୍କର ରହିଛି ପୁରୁଣା ସମ୍ପର୍କ। ସେହିପରି ଶୈଫ୍‌ ଅଲ୍ଲୀ ଖାଁଙ୍କର ଏଠାରେ ଭଲ ଲୋକସମ୍ପର୍କ ରହିଛି।

bebo

ତେଣୁ ଭୋପାଳରୁ ତାଙ୍କୁ ପ୍ରାର୍ଥୀ କରାଗଲେ ସେ ନିଶ୍ଚୟ ଜିତିବେ । କାରଣ ଭୋପାଳରେ ଅଧିକ ଯୁବା ଭୋଟର୍‌ ଅଛନ୍ତି ଓ କରୀନା ସେମାନଙ୍କୁ ପ୍ରଭାବିତ କରି ପାରିବେ । ଅବଶ୍ୟ ଏ ସମ୍ପର୍କରେ ମଧ୍ୟପ୍ରଦେଶ ପିସିସି ଓ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସ ପରେ ପାର୍ଟି ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେପଟେ ଏ ସମ୍ପର୍କରେ କରୀନା ମୁହଁ ଖୋଲି ନାହାନ୍ତି ।

ସୂଚନାଯୋଗ୍ୟ,ଭୋପାଳର ବଧୂ କରୀନାଙ୍କୁ ନିର୍ବାଚନ ମଇଦାନକୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଗୋଟିଏ ପଟେ ରାଜନୀତିକୁ କରୀନା ଓହ୍ଲାଉଥିବା ଶୁଣାଯିବା ପରେ ଦୀର୍ଘ 40ବର୍ଷ ହେଲା କଂଗ୍ରେସ ହାରୁଥିବା ଏହି ସିଟରେ ବିଜୟ ଆଶା ଉଦ୍ଜୀବିତ ହୋଇଛି ।

ପଢନ୍ତୁ;  ସମୁଦ୍ରରେ ବୁଡ଼ିଗଲେ ୫ ଛାତ୍ର ,୨ ଗୁରୁତର

Related posts

ବିଜେଡିରେ ଯୋଗଦେଲେ ଅମର ପଟ୍ଟନାୟକ

ENO Beuro

ବୁଲେଟର ଜବାବ ବାଲାଟରେ ଦେବୁ ବୋଲି କହିଲେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ

Ratnamani Moharana

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ENO Beuro

Leave a Comment