February 17, 2019

କର୍ଣ୍ଣାଟକ ନୌକା ବୁଡି: ୮ ମୃତ ,୧୭ ଆହତ

boat

କର୍ଣ୍ଣାଟକର କାଲୀ ନଦୀରେ ସୋମବାର ଏକ ନୌକା ବୁଡିଯିବାରୁ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ଆଉ ୧୭ ଜଣଙ୍କୁ ଉଦ୍ଦାର କରାଯାଇଛି। ଅନ୍ୟ ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ଯାତ୍ରୀମାନେ ସୁଦୂର ଏକ ଦ୍ୱୀପରେ ଥିବା ମନ୍ଦିରରୁ ଦର୍ଶନ କରି ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ନୌସେନା, ତଟ ସୁରକ୍ଷା ବଳଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

boat

ଏହି ଘଟଣାରେ ପ୍ରଥମେ ମତ୍ସ୍ୟଜୀବୀ ଓ ଭାରତୀୟ ନୌସେନା ଛଅ ଜଣଙ୍କ ଶବ ଉଦ୍ଧାର କରିଥିଲେ। ନୌକା ଓଲଟିବାର କାରଣ ଜଣା ପଡ଼ିନାହିଁ। କରଓ୍ଵାର ଜିଲ୍ଲାର କୁରୁମଗଡ ଦ୍ଵୀପ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ଦ୍ଵୀପ ସ୍ଥିତ ଏକ ମନ୍ଦିରରୁ ଦର୍ଶନ କରି ଫେରିବା ସମୟରେ ଏହି ନୌକା ନିୟନ୍ତ୍ରଣ ହରାଇ ବୁଡ଼ି ଯାଇଥିଲା। ଏହାର ଏକ ମାସ ପୂର୍ବରୁ କର୍ଣ୍ଣାଟକ ସମୁଦ୍ରରେ ଏକ ଡଙ୍ଗା ନିଖୋଜ ହୋଇଥିଲା, ଏ ପର୍ଯ୍ୟନ୍ତ ଏହାର ସନ୍ଧାନ ମଧ୍ୟ ଜଣା ପଡ଼ିନାହିଁ।

ପଢନ୍ତୁ; ଅଷ୍ଟ୍ରେଲିଆନ୍‌ ଓପନ୍‌: ସେରେନା, ଜୋକୋଭିକ କ୍ୱାର୍ଟରରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More