କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟର ୩୮ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି। ତେବେ ପ୍ରାଥମିକ ସଙ୍କେତରୁ ଝୁଲା ବିଧାନସଭା ହେବ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ଭାଜପା ୧୦୬ଟି ଆସନରେ ଆଗୁଥିବାବେଳେ କଂଗ୍ରେସ ୭୦ଟି ଏବଂ ଜେଡିଏସ୍‌ ୪୩ ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛନ୍ତି। ରାଜ୍ୟର ୩୮ଟି ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣନା ଆରମ୍ଭ ହୋଇଛି। ରାଜ୍ୟରେ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ ୧୧୨ ଆସନରେ ବିଜୟ ହେବା ଆବଶ୍ୟକ।

ସୂଚନାଯୋଗ୍ୟ,କର୍ଣ୍ଣାଟକ ନିର୍ବାଚନ ପାଇଁ ଗତ ଶନିବାର ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମୁଦାୟ ୨୨୪ଟି ବିଧାନସଭା ଆସନ ମଧ୍ୟରୁ ୨୨୨ଟି ଆସନରେ ଭୋଟରମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିଥିଲେ। ଚଳିତ ବର୍ଷ ୫ କୋଟି ଭୋଟରଙ୍କ ମଧ୍ୟରୁ ୭୨.୩୬ ପ୍ରତିଶତ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ।

ପଢନ୍ତୁ; ବୈବାହିକ ଜୀବନରେ ବିଚ୍ଛେଦର ମୁଖ୍ୟ କାରଣ କ’ଣ ଜାଣନ୍ତୁ ?

ରାଜ୍ୟରେ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଜାରି ରହିଛି। - 4.6

91%

ରାଜ୍ୟରେ ସରକାର ଗଢ଼ିବା ପାଇଁ ୧୧୨ ଆସନରେ ବିଜୟ ହେବା ଆବଶ୍ୟକ। - 4.1

81%
4.3/5

Very Good!

କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ରାଜ୍ୟର ୩୮ଟି କେନ୍ଦ୍ରରେ ଚାଲିଛି ଭୋଟ ଗଣତି। ତେବେ ପ୍ରାଥମିକ ସଙ୍କେତରୁ ଝୁଲା ବିଧାନସଭା ହେବ ବୋଲି ଜଣାପଡ଼ିଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ଭାଜପା ୧୦୬ଟି ଆସନରେ ଆଗୁଥିବାବେଳେ କଂଗ୍ରେସ ୭୦ଟି ଏବଂ ଜେଡିଏସ୍‌ ୪୩ ଟି ଆସନରେ ଆଗୁଆ ରହିଛି।

No Votes Yet

You're not rated yet