POLITICALS

କର୍ଣ୍ଣାଟକ ରାଜନୀତିରେ କମ୍ପନ:ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସର ୨୨ ବିଧାୟକ

2

ସଙ୍କଟରେ କର୍ଣ୍ଣାଟକର ମେଣ୍ଟସରକାର

କର୍ଣ୍ଣାଟକରେ ହାଇଭୋଲଟେଜ ପଲିଟିକାଲ ଡ୍ରାମା । ଶନିବାରଠାରୁ ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ଏବେ ଧୀରେ ଧୀରେ ଇଣ୍ଟରେଷ୍ଟିଙ୍ଗ୍ ହେବାରେ ଲାଗିଛି ଫିଲ୍ମ ।୧୩ ମାସର ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ଦେବା ପରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବଞ୍ଚାଇବା ପାଇଁ ୨୨ ଜଣ କଂଗ୍ରେସ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀମାନେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଏସବୁ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ଗୁପ୍ତ ସ୍ଥାନରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Untitled 1
Untitled 1

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ କରିବା ଦିନଠାରୁ ହିଁ ବିବାଦ ଦେଖାଦେଇଛି। କଂଗ୍ରେସ ୭୯ଟି  ଆସନ ପାଇଥିଲେ ହେଁ ୩୭ ଆସନ ଜିତିଥିବା ଜେଡିଏସ୍‌ ସହ ମିଶି ମେଣ୍ଟ ସରକାର ଗଢିଥିଲା। ଏହାକୁ ଅନେକ କଂଗ୍ରେସ ନେତା ନାପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଅସନ୍ତୋଷ ବିସ୍ଫୋରକ ରୂପ ଧାରଣ କରିଛି। ଦିନକୁ ଦିନ କୁମାରସ୍ୱାମୀ ସରକାର  ଉପରେ ସୃଷ୍ଟି ହୋଇଥିବା ବିପଦ ଆହୁରି ଘନୀଭୂତ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୧୦ ଜଣ ମୁମ୍ବାଇର ଏକ ହୋଟେଲରେ ଅଛନ୍ତି, ଯେଉଁଠାରେ ଗତ ଜାନୁଆରୀରେ ମଧ୍ୟ କିଛି ବିଧାୟକ ଥିଲେ। ଏହି ବିଧାୟକମାନଙ୍କୁ ମହାରାଷ୍ଟ୍ରର କିଛି ବରିଷ୍ଠ ବିଜେପି ନେତା ଭେଟିଥିବା କୁହାଯାଉଛି।

ପଢନ୍ତୁ: ଲଗାଣ ବର୍ଷା ଯୋଗୁଁ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

Related posts

ଇମରାନଙ୍କ ମୋଦିଙ୍କ ସପକ୍ଷରେ ବୟାନ ମୋଦିଙ୍କ ପାଇଁ ବଢାଇଲା ସମସ୍ୟା

Ratnamani Moharana

ନିର୍ବାଚନୀ ପ୍ରଚାରରେ ସାମିଲ ହେଲେ ଓଲିଉଡର ଖଳନାୟକ ରାଇମୋହନ ପରିଡା

Ratnamani Moharana

ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

Ratnamani Moharana

1 comment

Leave a Comment