EnewsOdia.Com

ଦୁର୍ନୀତିରେ କର୍ଣ୍ଣାଟକା ଭାରତରେ ନଂ ୧

ଦୁର୍ନୀତିରେ ନମ୍ବର୍‌ ୱାନ୍‌ କର୍ଣ୍ଣାଟକା। ରାଜ୍ୟରେ ଶିଳ୍ପ ବିପ୍ଳବ ସହିତ ତାଳ ଦେଇ ଗଢ଼ିଚାଲିଛି ଦୁର୍ନୀତିର ସୌଧ। ଏଠାରେ ଦିନକୁ ଦିନ ଲାଞ୍ଚ କାରବାର ଠାରୁ ବିଭିନ୍ନ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି। ବିଶେଷ କରି ୨୦୧୬ ତୁଳନାରେ ୨୦୧୭ରେ କର୍ଣ୍ଣାଟକାରେ ୧୦୦୦% ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସମଗ୍ର ଭାରତ ବର୍ଷରେ ଏଭଳି ଦୁର୍ନୀତି ବୃଦ୍ଧିରେ କର୍ଣ୍ଣାଟକା ନଂ ୧ ସ୍ଥାନରେ ରହିଛି।ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି) ପକ୍ଷରୁ ୨୦୧୭ ପାଇଁ ପ୍ରକାଶ ପାଇଥିବା ରିପୋର୍ଟରେ ଏଭଳି ତଥ୍ୟ ରହିଛି।

କର୍ଣ୍ଣାଟକା ସମେତ ଦେଶର ୧୧ଟି ରାଜ୍ୟରେ ଦୁର୍ନୀତି ମାମଲା ବୃଦ୍ଧି ପାଇଛି। ସେହିପରି କିଛି କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟରେ ସବୁଠାରୁ କମ ସଂଖ୍ୟକ ଦୁର୍ନୀତି ମାମଲା ଘଟିଥିବାରୁ ଜାତୀୟ ସ୍ତରରେ ଦୁର୍ନୀତି ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ସମଗ୍ର ଦେଶରେ ଦୁର୍ନୀତି ଜନିତ ମାମଲା ୪,୪୩୯ ଥିବା ବେଳେ ୨୦୧୭ରେ ଏହା ୪,୦୬୨କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ କେରଳରେ ଦୁର୍ନୀତି ମାମଲା ୬୭% ହ୍ରାସ ପାଇଛି।

 

ସେହିପରି ଦକ୍ଷିଣ ପ୍ରାନ୍ତରେ ଥିବା ୫ ରାଜ୍ୟ କର୍ଣ୍ଣାଟକା, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କେରଳ ଓ ତେଲେଙ୍ଗାନାରେ ଦୁର୍ନୀତି ମାମଲା ବୃଦ୍ଧି ଘଟିଛି। ୨୦୧୬ରେ ଏହି ୫ ରାଜ୍ୟରେ ୮୭୮ଟି ମାମଲା ଘଟିଥିବା ବେଳେ ୨୦୧୭ରେ ଏହି ସଂଖ୍ୟା ୯୪୨ଟି ମାମଲା ରୁଜୁ ହୋଇଛି। କିଛି ଲୋକ ଏଥିପାଇଁ ସରକାରୀ କଳକୁ ଦାୟୀ କରିଛନ୍ତି।

ପଢନ୍ତୁ: ୧ରୁ ଏକକ ଷାଣ୍ମାସିକ ପରୀକ୍ଷା, ଦୁଇଟି ସିଟିଂରେ ହେବ ପ୍ରଥମରୁ ୮ମ ଶ୍ରେଣୀ ପରୀକ୍ଷା

ସମ୍ବନ୍ଧିତ ଖବର

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

Ratnamani Maharana

ଟଳିଲା ଆନ୍ଧ୍ରପ୍ରଦେଶ ରାଜଧାନୀ ନିଷ୍ପତ୍ତି

Ratnamani Maharana

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

Ratnamani Maharana

ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌

Ratnamani Maharana