POLITICALS

କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର

Untitled 1

ଦକ୍ଷିଣ ଭାରତରେ ବିଜେପିର ପ୍ରବେଶ ଦ୍ବାର କୁହାଯାଉଥିବା କର୍ଣ୍ଣାଟକରେ ଏବେ ବଡ଼ ଧରଣର ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ନାଟକୀୟ ଘଟଣାକ୍ରମରେ ଦିନକ ତଳେ କଂଗ୍ରେସ ଏବଂ ଜେଡିଏସର ୧୨ ଜଣ ବିଧାୟକ ଇସ୍ତଫା ଦେବାପରେ ରାଜ୍ୟର କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପାଇଁ ବିପଦ ଘନେଇ ଆସିଛି। ତେବେ ଏହି ବିଧାୟକଙ୍କ ଇସ୍ତଫା ପଛରେ କଂଗ୍ରେସ ବିଧାୟକ ଦଳ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ   ହାତ ଥିବା କୁହାଯାଉଛି।

କଂଗ୍ରେସ ଓ ଜେଡିଏସ୍ ମେଣ୍ଟର ୧୩ ଜଣ ବିଧାୟକ ଶନିବାର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ ପରେ ବିଧାୟକ ମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ଖବରରୁ ପ୍ରକାଶ ଯେ ବର୍ତ୍ତମାନ ସୁଦ୍ଧା ଏହି ଇସ୍ତଫା ଗ୍ରହଣ କରାଯାଇ ନାହିଁ ।  ଆମେରିକା ଗସ୍ତରେ ଯାଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ   ଆାଜି ଆମେରିକାରୁ ଫେରୁଛନ୍ତି ।

Fdsf 2

ସେପଟେ ଆଜି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏକ ଜରୁରୀ ବୈଠକ କରିପାରନ୍ତି । ଏହି ବୈଠକରେ ସେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ମନାଇ ପାରନ୍ତି । ବିଦ୍ରୋହୀ ବିଧାୟକଙ୍କୁ ଏହି ମନ୍ତ୍ରୀ ପଦ ଦେବା ପାଇଁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ସରକାର ବଞ୍ଚାଇବା ପାଇଁ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି. କେ. କୁମାରସ୍ୱାମୀ ନିଜେ ମନ୍ତ୍ରୀ ପଦ ଛାଡିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ମୁମ୍ବାଇର ଏକ ହୋଟଲରେ ୧୦ ବିଦ୍ରୋହୀ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ଅଛନ୍ତି । ସେମାନଙ୍କୁ ଉଭୟ କଂଗ୍ରେସ ଓ ବିଜେପିର କିଛି ନେତା ଭେଟିଛନ୍ତି । କଂଗ୍ରେସ କର୍ମୀମାନେ ମଧ୍ୟ ହୋଟେଲ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି, ଇସ୍ତଫା ପତ୍ର ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।

ପଢନ୍ତୁ: ଇସ୍ରୋ ଜାରି କଲା ‘ଚନ୍ଦ୍ରାୟନ-ଟୁ’ର ଫଟୋ

Related posts

୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ ଜିଲ୍ଲାପାଳ

Ratnamani Moharana

ଧର୍ମେନ୍ଦ୍ର : ଓଡ଼ିଶାରେ ଏଥର ବିଜେପି ସରକାର

ENO Beuro

ବିଶ୍‌କେକ୍‌ ସମ୍ମିଳନୀରେ ଇମ୍ରାନଙ୍କୁ ଭେଟିବେନି ମୋଦି

Ratnamani Moharana

Leave a Comment