News

ପବ୍‌ଜି ପାଇଁ ବାପାଙ୍କ ତଣ୍ଟି କାଟିଦେଲା ପୁଅ

Raghu Bir

ପବ୍‌ଜି ଖେଳିବାକୁ ମନାକଲେ ବୋଲି ପିଶାଚ ସାଜିଲା ପୁଅ

ପିଶାଚ ସଜାଇଲା ପବ୍‌ଜି ନିଶା। ଭିଡିଓ ଗେମ୍ ଖେଳିବାକୁ ବାରଣ କରିବାରୁ ବାପାକୁ ହାଣି ହତ୍ୟା କଲା ପୁଅ। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର ବେଲ୍‌ଗାମ୍   ଅଞ୍ଚଳରେ। ମୃତକ ହେଲେ କାକ୍ତି ଥାନା ଅଧୀନସ୍ଥ ସିଦ୍ଧେଶ୍ୱର ନଗରର ଶେକରପ୍ପା ରେଭପ୍ପା କୁମ୍ବର।

 

ଅଭିଯୋଗ ଅନୁସାରେ, ୪ ମାସ ତଳେ ପୁଲିସ ଚାକିରୀରୁ ଅବସର ନେଇଥିଲେ ୬୧ ବର୍ଷୀୟ ଶେକରପ୍ପା। ତାଙ୍କ ୨୧ ବର୍ଷୀୟ ପୁଅ ରଘୁବୀର  ଡିପ୍ଲୋମା ପାସ୍‌ ପରେ ବେରୋଜଗାର୍‌ ହୋଇ ଘରେ ବସିରହି ସବୁବେଳେ ଭିଡିଓ ଗେମ୍‌ ଖେଳୁଥିଲେ।  ଶେକରପ୍ପା ପୁଅ ରଘୁବୀରକୁ ସବୁବେଳେ ଭିଡିଓ ଗେମ୍ ଖେଳିବାକୁ ବାରଣ କରୁଥିଲେ।ରବିବାର ପୁଅ ରଘୁବୀର ପୁଣି ପବ୍‌ଜି ଗେମ୍‌ ଖେଳୁଥିବା ବେଳେ ଶେକରପ୍ପା ତାଙ୍କୁ ତାଗିଦ୍‌ କରିଥିଲେ। ଏଥିରେ ବିରକ୍ତି ହୋଇ ରଘୁବୀର ପଡ଼ିଶା ଘର ଝରକା କାଚକୁ ଏକ ପଥର ଫିଙ୍ଗି ଘରୁ ବାହାରିଯାଇଥିଲେ। ପଡ଼ିଶାଘର ଲୋକେ ପୁଲିସ୍‌କୁ ଖବର ଦେବାରୁ କାକଟି ପୁଲିସ୍ ଷ୍ଟେସନ୍‌ ଉଭୟ ବାପା ପୁଅଙ୍କ ନାଁରେ ସମନ କରିଥିଲା। ଏହାପରେ ଶେକରପ୍ପା ପୁଅର ଭିଡିଓ ଗେମ୍‌ ନିଶା ଲାଗିଥିବା ପୁଲିସ୍‌କୁ କହିବାରୁ ପୁଅକୁ ପ୍ରାୟ ଘଣ୍ଟେ କାଳ ପଚରାଉଚରା କରି ପୁଲିସ୍‌ ଉଭୟଙ୍କୁ ଛାଡ଼ି ଦେଇଥିଲା।

ବାପା ପୁଅ ଘରକୁ ଫେରିବା ପରେ ପୁଣି ମୋବାଇଲ୍‌ ଧରି ଅଧରାତି ପର୍ଯ୍ୟନ୍ତ ଭିଡିଓ ଗେମ୍‌ ଖେଳୁଥିଲେ ରଘୁବୀର। ଏହା ଦେଖି ଶେକରପ୍ପା ତାକୁ ପୁଣି ତାଗିଦ୍ କରି ଶୋଇବାକୁ କହିଥିଲେ। ଏଥିରେ ଖୁବ୍‌ ଉତ୍‌କ୍ଷିପ୍ତ ହୋଇ ରାଗି ପାଚି ଲାଲ୍‌ ହୋଇଯାଇଥିଲା ରଘୁବୀର। ଆଉ ଯୋଜନା ମୁତାବକ ଭୋର୍‌ ୫ଟା ସମୟରେ ଘରର ଅନ୍ୟ ସଦସ୍ୟଙ୍କୁ ଶୋଇଥିବା ଅବସ୍ଥାରେ ଗୋଟେ ରୁମ୍‌ରେ ବନ୍ଦ କରି ପରିବା କଟା ଛୁରିରେ ବାପାଙ୍କୁ ଆକ୍ରମଣ କରିଥିଲା ପୁଅ ରଘୁବୀର।

ପଢନ୍ତୁ: ଜାମ୍ମୁକାଶ୍ମୀରେ ଲସ୍କର-ଏ-ତୋଏବାର ୮ ଆତଙ୍କବାଦୀ ଗିରଫ

Related posts

ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

ENO Beuro

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

ଭାରତୀୟ ନାଗରିକତ୍ୱ ଛାଡ଼ିଲେ ମେହୁଲ ଚୋକ୍‌ସି

ENO Beuro

Leave a Comment