POLITICALS

ଆଜି ସୁପ୍ରିମକୋର୍ଟରେ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲା ଉପରେ ହେବ ଶୁଣାଣି

Untitled 1

ଆଜି ସୁପ୍ରିମକୋର୍ଟରେ ‘କର୍ଣ୍ଣାଟକ ନାଟକ’ର ଶୁଣାଣି ହେବ । ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ବାଚସ୍ପତି ତୁରନ୍ତ ଇସ୍ତଫା ମଂଜୁର କରନ୍ତୁ ବୋଲି ଦାବି କରି ବିଦ୍ରୋହୀ ବିଧାୟକ ମାନେ ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପଟେ ଗୁରୁବାର ହେବ କର୍ଣ୍ଣାଟକ ସରକାରଙ୍କ ଭାଗ୍ୟ ପରୀକ୍ଷା।  ଆବେଦନ କରିଥିବା ୧୦ ବିଦ୍ରୋହୀ ବିଧାୟକଙ୍କ ସମେତ ପରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ କରିଥିବା ଅନ୍ୟ ୫ ବିଧାୟକଙ୍କ ମାମଲାର ଶୁଣାଣି କରିବେ ତିନି ଜଣିଆ ଖଣ୍ଡପୀଠ ।

ଗୁରୁବାର କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଦିନ ୧୧ଟାରେ ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ଏହାପରେ ଭୋଟିଂ କରାଯିବ । ଗତ ଶୁକ୍ରବାର ଦିନ ଆସ୍ଥା ଭୋଟ ପାଇଁ ସମୟ ଧାର୍ଯ୍ୟ ପାଇଁ ବାଚସ୍ପତିଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ୱାମୀ। ହେଲେ ବିଧାନସଭା ଏଜେଣ୍ଡା ଧାର୍ଯ୍ୟ କରୁଥିବା ପ୍ୟାନେଲ ବୈଠକ ପରେ ଗୁରୁବାର ଆସ୍ଥା ଭୋଟ ପାଇଁ ନିଷ୍ପତ୍ତି ହୋଇଛି।

ପଢନ୍ତୁ: ଏଣିକି ମଦ ପିଇ ଗାଡି ଚଲାଇଲେ ଦେବେ ୧୦ହଜାର ଟଙ୍କା ଜୋରିମାନା

Related posts

ଭୋଟରଙ୍କ ମନ ଜିଣିବା ପାଇଁ ସମ୍ବିତ ପାତ୍ରଙ୍କ ନୂଆ ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

Ratnamani Moharana

ଆଜି ଗାନ୍ଧିନଗର ଲୋକସଭାରୁ ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ENO Beuro

Leave a Comment