POLITICALS

ତକିଆ-ଚାଦର ନେଇ ବିଧାନସଭାରେ ରାତ୍ରିଯାପନ କଲେ କର୍ଣ୍ଣାଟକ ବିଧାୟକ

Untitled 1

ନୂଆ ମୋଡରେ କର୍ଣ୍ଣାଟକ  ନାଟକ । ଦୀର୍ଘ ଏକ ମାସ ଧରି ଲାଗି ରହିଥିବା କର୍ଣ୍ଣାଟକ ନାଟକ ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା   ଏହି ନାଟକରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ଆସ୍ଥା ଭୋଟ ହୋଇପାରିନାହିଁ । ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିବା ଆଜି ରାତି ପାଇଁ କୁମାରସ୍ୱାମୀ  ସରକାରଙ୍କ ଉପରୁ ସଙ୍କଟ ଟଳିଛି । ଏହାପୂର୍ବରୁ ବିଧାନସଭାରେ ଆଜି ଫ୍ଲୋର ଟେଷ୍ଟ କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଏହାକୁ ଖାତିର ନକରି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆଉ ଏହାସହ ଆଜି ରାତିକ ପାଇଁ ମଉଳିଛି ଆସ୍ଥା ଭୋଟ ପରୀକ୍ଷା ।

ତେବେ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ବିରୋଧ କରିଛି ବିଜେପି । କର୍ଣ୍ଣାଟକ ବିଜେପି ମୁଖ୍ୟ ବିଏସ ୟେଦ୍ୟୁରପ୍ପା କହିଛନ୍ତି, ଆସ୍ଥା ଭୋଟରେ କୁମାରସ୍ୱାମୀ ସରକାରର ନିଶ୍ଚୟ ପରାଜୟ ହେବେ । ଏ ନେଇ ଆମେ ୧୦୧ ପ୍ରତିଶତ ନିଶ୍ଚିତ ଅଛୁ । କୁମାରସ୍ୱାମୀ ସରକାର ଏବେ ବହୁମତ ହରାଇ ସାରିଛି । ସଦନରେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ନାହିଁ କିନ୍ତୁ ବିଜେପି ୧୦୫ ସଦସ୍ୟଙ୍କ ସହ ବଡ ଦଳ ଭାବେ ଉଭା ହୋଇଛି । ତେଣୁ ଆଜି ରାତି ୧୨ଟା ବାଜି ଯାଉ ପଛେ ଆସ୍ଥାଭୋଟ ନିଶ୍ଚୟ ହେବ ବୋଲି କହିଥିଲେ ୟେଦ୍ୟୁରପ୍ପା ।ଏହାସହ ରାତିସାରା ବିଧାନସଭାରେ ଶୋଇଥିଲେ ସମସ୍ତ ବିଦ୍ରୋହୀ ବିଧ୍ୟକ । ସେଥିପାଇଁ ଗୃହରେ ବିଜେପି ବିଧାୟକଙ୍କ ପାଇଁ ଖାଇବା ଓ ଶୋଇବାର ବ୍ୟବସ୍ଥା କରାଯାଇଥିଲା।
ପଢନ୍ତୁ: ଟିକଟକ୍ ଏବଂ ହେଲୋ ଉପରେ ଖୁବଶୀଘ୍ର ଲାଗିପାରେ ବ୍ୟାନ୍

Related posts

ଜମ୍ମୁ ଓ କଶ୍ମୀରର ପାଞ୍ଚଟି ଜିଲ୍ଲାକୁ ଫେରିଲା ୨ଜି ମୋବାଇଲ୍‌ ଇଣ୍ଟର୍‌ନେଟ୍‌

Ratnamani Moharana

ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ମୋଦିଙ୍କ କଡା ଆଭିମୁଖ୍ୟ

Ratnamani Moharana

ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ ନୀତି, ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

Ratnamani Moharana

Leave a Comment