ପ୍ରସାଦ ଖାଇ ୧୫ ଜଣଙ୍କ ମୃତ୍ୟ ମାମଲା: ଷଡଯନ୍ତ୍ର ରଚନା କରିଥିଲେ ମନ୍ଦିର ପୂଜାରୀ

karnatak

କର୍ଣ୍ଣାଟକର ଚାମରାଜନଗର ଜିଲ୍ଲା ସ୍ଥିତ ଏକ ମନ୍ଦିରରେ ପ୍ରସାଦ ଖାଇ ୧୫ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟ ହେବା ମାମଲା ଏବେ ଗୁରୁତ୍ଵପୂର୍ଣ ମୋଡ ନେଇଛି। ଏହି ଘଟଣାର ପର୍ଦ୍ଦାଫାସ୍‌ କରିଛି କର୍ଣ୍ଣାଟକ ପୁଲିସ । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ପରେ କିଛିଟା ସୁରାଗ ପାଇ ମନ୍ଦିର ପୁଜାରୀ ଓ କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ। ସୂଚନା ଅନୁଯାୟୀ, ମନ୍ଦିରର ଜଣେ ପୂଜକ ପୁର୍ବ ପ୍ରତିଶୋଧକୁ କେନ୍ଦ୍ର କରି ଧର୍ମାନୁଷ୍ଠାନକୁ ବଦନାମ କରିବା ଉଦ୍ଦେଶ୍ୟରେ ଷଡ଼ଯନ୍ତ୍ର ରଚିଥିଲା । ତାଙ୍କ ସହ ମନ୍ଦିରର ଅନ୍ୟ ୩ କର୍ମଚାରୀ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ କରିଥିଲା। ଘଟଣା ଦିନ ଶ୍ରଦ୍ଧାଳୁମାନଙ୍କୁ ଦିଆଯାଉଥିବା ପ୍ରସାଦରେ ଅଭିଯୁକ୍ତ ୧୫ ବୋଲତ କୀଟନାଶକ ମିଶାଇଥିବା ପୁଲିସ କହିଛି ।

karnatak

ସୂଚନାଅନୁସାରେ, ମହାଦେଶ୍ୱରର ସାଲୁର ମଠ ମଠାଧୀଶ ପଟ୍ଟାଦା ଇମ୍ମାଦି ମହାଦେଶ୍ୱର ସ୍ୱାମୀ କେବଳ ଟ୍ରଷ୍ଟର କ୍ଷମତା ଚାହୁଁ ନଥିଲେ ବରଂ ସେ ବର୍ତ୍ତମାନର ଏହି ଟ୍ରଷ୍ଟକୁ ବଦନାମ କରିବାକୁ ଚାହୁଁଥିଲେ। ଏହି ପୂଜାରୀଙ୍କ ନିର୍ଦ୍ଦେଶରେ ମହିଳା ଜଣଙ୍କ କୀଟନାଶକ ଯୋଗାଡ଼ କରିବା ସହ ପ୍ରସାଦ ପ୍ରସ୍ତୁତ ସମୟରେ ଏଥିରେ ଏହାକୁ ମିଶାଇଥିଲେ । ତେବେ ପୂର୍ବ ରାଗ ସହ ଏହାକୁ ବଦନମା କରିବା ପାଇଁ ଡିସେମ୍ବର ୧୪ ତାରଖରେ ଥିବା ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଏପରି ଷଡ଼ଯନ୍ତ୍ର ରଚିଥିଲେ ଅଭିଯୁକ୍ତ ପୂଜାରୀ । ଫଳରେ ନିରୀହ ଜୀବନ ଗୁଡିକର ଅକାଳରେ ବଳି ପଡିଥିଲେ ।

ପଢନ୍ତୁ; ପେଟ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More