ତୈଳଦର ୨ ଟଙ୍କା ହ୍ରାସ କଲେ କର୍ଣ୍ଣାଟକ ସରକାର

karnatak

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ସୋମବାର ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୨ଟଙ୍କା କମ୍‍ କରିଛନ୍ତି। ରାଜସ୍ଥାନ ସରକାରଙ୍କ ପକ୍ଷରୁ ଭାଟ କମ୍‍ କରାଯିବା ପରେ କର୍ଣ୍ଣାଟକ ଉପରେ ଏହାର ପ୍ରଭାବ ପଡ଼ୁଥିଲା। ଫଳରେ ରାଜନୈତିକ ଦୃଷ୍ଟିକୋଣରୁ କୁମାରସ୍ୱାମୀ ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲରେ ୨ଟଙ୍କା କମ୍‍ କରିଛନ୍ତି।

ନିକଟରେ ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨.୫୦ ଏବଂ ମମତା ବାନାର୍ଜୀ ୧ ଟଙ୍କା ହ୍ରାସ ଘୋଷଣା କରିଥିଲେ ।

karnatak

ଅନ୍ୟପକ୍ଷରେ ଆଜି ପୁଣିଥରେ ବିଭିନ୍ନ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି କରାଯାଇଛି। ଆଜି ମୁମ୍ବାଇରେ ପେଟ୍ରୋଲ୍‌ର ଲିଟର୍‌ ପିଛାଦର ୮୯.୪୪ ଟଙ୍କା ଥିବା ବେଳେ ଡିଜେଲ୍‌ ଲିଟର୍‌ ପିଛା ୭୮.୩୩ ଟଙ୍କାରେ ବିକ୍ରି ହେଉଛି।ମହାରାଷ୍ଟ୍ରର 11ଟି ସହରରେ ପେଟ୍ରୋଲର ଲିଟର ପିଛା ଡର 90 ଟଙ୍କାରୁ ଉର୍ଦ୍ଧ୍ବରେ ରହିଛି। ପରଭାନି ସହରରେ ଆଜି ପେଟ୍ରୋଲ ଲିଟର ପିଛା 91 ଟଙ୍କା 25 ପଇସାରେ ବିକ୍ରି ହେଉଛି।

ଦିଲ୍ଲୀରେ ପେଟ୍ରୋଲର ଲିଟର୍‌ ପିଛା ଦର ୧୫ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ଦର ୬ ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର୍‌ ପିଛାଦର ୮୨.୦୬ ଟଙ୍କା ହୋଇଥିବା ବେଳେ ଡିଜେଲ୍‌ର ଲିଟର୍‌ ପିଛା ଦର ୭୩.୭୮ ଟଙ୍କା ରହିଛି।

ପଢନ୍ତୁ;ଆଜିଠୁ ବର୍ଷା ବଢିବ,୧୯ରୁ ପ୍ରବଳ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More