CULTURES

ଆଜିଠୁ କାର୍ତ୍ତିକ ବ୍ରତ,ପୁରୀରେ ହବିଷ୍ୟାଳିଙ୍କ ଭିଡ

puri

ଆଜିଠୁ ଆରମ୍ଭ ହେଲା କାର୍ତ୍ତିକ ବ୍ରତ। ଏହି ବ୍ରତ ପାଳନ ପାଇଁ ଶ୍ରୀକ୍ଷେତ୍ରକୁ ହବିଷିଆଳିଙ୍କ ଭିଡ । ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ପୁରୀ ଆସି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି । ସକାଳୁ ସକାଳୁ ବ୍ରତଧାରୀମାନେ ମହୋଦଧି ଓ ପଞ୍ଚ ପୁଷ୍କରିଣୀରେ ସ୍ନାନ ପରେ ସଂକଳ୍ପ କରି ରାଧାଦାମୋଦର ବ୍ରତ ଆରମ୍ଭ କରିଛନ୍ତି । ଚଉରାମୂଳେ ହବିଷ୍ୟାଳିମାନେ ଏକାଠି ହୋଇ ଧର୍ମପୁସ୍ତକ ପାଠ, ପୂଜାର୍ଚ୍ଚନା କରିଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ବ୍ରତ ଆରମ୍ଭ କରିଛନ୍ତି ।

puri

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୨୫୦୦ରୁ ୩ ହଜାର ହବିଷିଆଳିଙ୍କ ପାଇଁ ମାଗଣାରେ ରହିବା ସହ କାର୍ତ୍ତିକ ବ୍ରତ ପାଳନ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ପୁରୀ ରେଲୱେ ଷ୍ଟେସନ ଯାତ୍ରୀ ନିବାସ, ରେଲୱେ କଲ୍ୟାଣ ମଣ୍ଡପ ,ମୋଚିସାହି ସ୍ଥିତ କଲ୍ୟାଣ ମଣ୍ଡପ, ଜଗନ୍ନାଥ ବଲ୍ଲଭ ୪ଟି ଜାଗାରେ କଣ ବ୍ୟବସ୍ଥା ରହିଛି ପୁରୀ ଜିଲ୍ଲାପାଳ ବୁଲି ଦେଖିଛନ୍ତି। ତେବେ ଜିଲ୍ଲାପାଳଙ୍କ ସୂଚନାନୁସାରେ ୪ଟି ଆଶ୍ରୟ ସ୍ଥଳୀରେ ୨୫ ସହ ହବିଷ୍ୟାଳି ରହିବାର ବ୍ୟବସ୍ଥା ହୋଇଛି ।

ହବିଷ୍ୟାଳିଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଡାକ୍ତରୀ ଟିମ, ସହାୟତା ପାଇଁ ସରକାରୀ କର୍ମଚାରୀ ମୁତୟନ ରହିବେ। ହବିଷ୍ୟାଳିଙ୍କୁ ଫଟୋ ପରିଚୟ ପତ୍ର ଯୋଗାଇ ଦିଆଯିବ । ବିନା ଅନୁମତିରେ କାହାରିକୁ ପଦାକୁ ଛଡ଼ାଯିବ ନାହିଁ।

ପଢନ୍ତୁ;  ଦ୍ଵିତୀୟ ଦିନିକିଆ ରୋମାଞ୍ଚକର ଟାଇ: ଦମ୍ ଦେଖାଇଲା ୱେଷ୍ଟଇଣ୍ଡିଜ୍

Related posts

ଶେଷ ହେଲା ଦଶହରା,ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା’

ENO Beuro

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

ENO Beuro

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ENO Beuro

Leave a Comment