News

ପରଲୋକରେ କରୁଣାନିଧି

ଦକ୍ଷିଣ ଭାରତୀୟ ରାଜନୀତିର ମୁଖ୍ୟ ସ୍ତମ୍ଭ ତଥା ତାମିଲନାଡୁର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ରହିଥିବା ଏମ କରୁଣାନିଧି ଏବେ ପରଲୋକରେ । ଦୀର୍ଘ ଦିନ ଧରି ରୋଗଗ୍ରସ୍ତ ହେବା ପରେ ମଙ୍ଗଳବାର ସନ୍ଧ୍ୟା ୬ଟା ୧୦ ମିନିଟରେ ଚେନ୍ନାଇର କାବେରୀ ହସ୍ପିଟାଲରେ ୯୪ ବର୍ଷ ବୟସରେ ଅନ୍ତିମ ନିଃଶ୍ଵାସ ତ୍ୟାଗ କରିଛନ୍ତି।

କରୁଣାନିଧିଙ୍କ ପରଲୋକ ସମ୍ପର୍କିତ ଖବର ପ୍ରଚାର ହେବା ମାତ୍ରେ କାବେରୀ ହସ୍ପିଟାଲ ଆଗରେ ପ୍ରଶଂସକ ଓ ସମର୍ଥକଙ୍କ ଭିଡ଼ ଜମିଯାଇଛି ଏବଂ ଶୋକର ଛାୟା ଖେଳି ଯାଇଛି। କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜୁଲାଇ ୨୮ରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମିତିକି ତାଙ୍କୁ ଭେଟିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଯାଇଥିଲେ।

ଆନ୍ନାଦୁରାଇଙ୍କ ମୃତ୍ୟୁପରେ ୧୯୬୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ କରୁଣାନିଧି। ଅଶୀ ଦଶକରେ ମଧ୍ୟ କିଛି ସମୟ ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିଲେ ସେ। ଏହାପରେ ୧୯୯୬ ଓ ୨୦୦୬ରେ ମୁଖ୍ୟମନ୍ତ୍ରୀ ଭାବେ ତାମିଲନାଡୁର ଶାସନ ଭାର ସମ୍ଭାଳିଥିଲେ। ୯୪ବର୍ଷ ବୟସରେ ବି କରୁଣାନିଧି ତାମିଲନାଡୁର ତିରୁଭାରୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ଥରେ କି ଦୁଇ ଥର ନୁହେଁ ୧୩ଥର ପାଇଁ ସେ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସୂଚନାଯୋଗ୍ୟ,ଜୁନ ୩, ୧୯୨୪ରେ ଜନ୍ମ ହୋଇଥିବା କରୁଣାନିଧିଙ୍କ ମୂଳ ନାଁ ଥିଲା ଦକ୍ଷିଣମୂର୍ତ୍ତି । ମାତ୍ର ୧୪ ବର୍ଷ ବୟସରୁ ରାଜନୀତିରେ ପାଦ ଦେଇଥିବା କରୁଣାନିଧି ୫ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ୫୦ ବର୍ଷ ପାଇଁ ଡିଏମକେ ମୁଖ୍ୟ ଥିଲେ । ତାଙ୍କୁ ୧୪ ବର୍ଷ ହେବା ବେଳକୁ ସେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ପରବର୍ତ୍ତି ବର୍ଷମାନଙ୍କରେ ଦ୍ରାବିଡ଼ ରାଜନୀତିର ଏକ ମୁଖ୍ୟ ଚେହେରା ପାଲଟିଥିଲେ ।

karunanidhi

ପଢନ୍ତୁ; ଘରେ ରଖନ୍ତୁ ଏହିସବୁ ଜିନିଷ , ସବୁଦିନ ପାଇଁ ଦୂରେଇ ଯିବ ଆର୍ଥିକ ସମସ୍ୟା

Related posts

ଜବତ ମୋବାଇଲ୍‌ ଫୋନ୍‌ ଓ ବାଇକ୍‌ ତୁରନ୍ତ ଫେରାଇବା ପାଇଁ ପୁଲିସ କମିସନର୍‌ଙ୍କ କଡ଼ା ନିର୍ଦେଶ

ENO Beuro

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

ENO Beuro

ସିତାଂଶୁ କର ହେଲେ ପିଆଇବିର ମହାନିର୍ଦ୍ଦେଶକ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More