24.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍

‘କାଶୀ’ରେ ଚିତାଭସ୍ମ ହୋଲିର ନିଆରା ପରମ୍ପରା

ନିଜର ନିଆର ପରମ୍ପରା ପାଇଁ ବିଶ୍ୱରେ ‘କାଶୀ’ ପ୍ରସିଦ୍ଧ ଲାଭ କରିଛି । ଧାର୍ମିକ ନଗରୀ କାଶୀରେ ହୋଲି ପୂର୍ବରୁ ଆରମ୍ଭ ହୋଇଛି ଚିତା ଭସ୍ମ ହୋଲି । ଏକାଦଶୀ ଦିନ ମହାଦେବ ଭଗବତୀ ଗୌରୀଙ୍କ ସହ ହୋଲି ଖେଳନ୍ତି । ଏହାର ଗୋଟିଏ ଦିନ ପରେ ଭକ୍ତମାନେ ଚିତା ଭସ୍ମରେ ହୋଲି ଖେଳିଥାନ୍ତି । ମହାଶ୍ମଶାନରେ ମଧ୍ୟାହ୍ନରେ ଏହି ହୋଲି ଖେଳାଯାଇଥାଏ । ମଧ୍ୟାହ୍ନ ଠିକ 12ଟାରେ ଶ୍ମଶାନଶ୍ୱେର ମହାଦେବ ମନ୍ଦିରରେ ଆଳତୀ ପରେ ଚିତା ଭସ୍ମରେ ହୋଲି ଖେଳାଯାଇଥାଏ । ଏହି ପରମ୍ପରା କେଉଁ ଆବାହମାନ କାଳରୁ ଚାଲି ଆସିଛି, ତାର ବର୍ଣ୍ଣନା ସ୍କନ୍ଦ ପୁରାଣ ଏବଂ ଶିବ ପୁରାଣରେ ରହିଥିବା ମନ୍ଦିର ବ୍ୟବସ୍ଥାପକ କହିଛନ୍ତି ।

ପୁରାତନ କାଳରେ ସନ୍ୟାସୀ ଏବଂ ଗୃହସ୍ଥ ସନ୍ୟାସୀ ମିଶି ଏହି ପରମ୍ପରା ପାଳନ କରୁଥିଲେ । କିନ୍ତୁ ସମୟ ପରିବର୍ତ୍ତନ ସହ ଏହି ପରମ୍ପରା ଲୋପ ପାଇଥିଲା । 26 ବର୍ଷ ପୂର୍ବେ ମଣିକର୍ଣ୍ଣିକା ଅଞ୍ଚଳର କିଛି ଲୋକ ଏବଂ ମନ୍ଦିର ପ୍ରବନ୍ଧନ ପରିବାର ସଦସ୍ୟ ଏହାକୁ ପୁନଃ ଆରମ୍ଭ କରିଥିଲେ । କୁହାଯାଏ ଏକାଦଶୀ ଦିନରେ ଗୌରୀଙ୍କ ବିଦାୟ ପରେ ବାବା ଭୂତ, ପ୍ରେତଗଣଙ୍କ ସହ ଅନ୍ୟ ଅଦୃଶ୍ୟ ଶକ୍ତିଙ୍କ ସହ ହୋଲି ଖେଳିବାକୁ ମହାଶ୍ମଶାନକୁ ଆସିଥାନ୍ତି । ମହାଶ୍ମଶାନରେ ଆୟୋଜିତ ଚିତାଭସ୍ମ ହୋଲି ଖେଳିବା ପାଇଁ ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ଚିତା ଭସ୍ମରେ ହୋଲି ଖେଳି ସେମାନେ ନିଜକୁ ଧନ୍ୟ ମଣିଥାନ୍ତି ।

ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ପ୍ରତାପ ଷଢଙ୍ଗୀ

Related posts

ବିରାଟ ଖାଇବେ ଶାଗ, ଛତୁ ଭଜା

Ratnamani Maharana

ଗ୍ରାହକଙ୍କୁ ବାଧୁଛି ମହଙ୍ଗାମାଡ : ପିଆଜ ଦର ଉପରେ ଲାଗିବ ଲଗାମ

Ratnamani Maharana

ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More