EnewsOdia.Com

ବରଫରେ ସ୍ପୋର୍ଟସ୍‌ କାର୍‌ ତିଆରି କରି ଚର୍ଚ୍ଚାରେ କାଶ୍ମୀର ଯୁବକ

ଜମ୍ମୁ କଶ୍ମୀରରେ ଏବେ ଭୀଷଣ ଥଣ୍ଡା ଜାରି ରହିଛି। ରାସ୍ତା ସାରା ବରଫ ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଜୁବେର୍‌ ଅହମ୍ମଦ ନାମକ ଯୁବକ ବରଫରେ କମାଲ କରି ଦେଖାଇଛନ୍ତି।

ବଡଗାମ୍‌ର ଜୁବେର୍‌ କହିଛନ୍ତି ଯେ ସେ ନିଜ ଦକ୍ଷତା ବଳରେ ଏହି ବରଫକୁ ଖୋଦେଇ କରି ସେଥିରେ କଳାକୃତି କରିଛନ୍ତି। ବରଫରେ ସେ ଏକ ସ୍ପୋର୍ଟସ୍‌ କାର୍‌ ତିଆରି କରିଛନ୍ତି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବରଫର କାର୍‌ ସମସ୍ତଙ୍କୁ ଆକର୍ଷିତ କରୁଛି। ୨ ଦିନ ଭିତରେ ଜୁବେର୍‌ ଏହି ବରଫ କାର୍‌ ତିଆରି କରିଛନ୍ତି।

ତେବେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜୁବେର୍‌ ତିଆରି କରିଥିବା କାର୍‌କୁ ଶେଷ ସ୍ପର୍ଶ ଦେଉଛନ୍ତି। ସେ ଏହା ଉପରେ କିଛି ରଙ୍ଗ ଲଗାଇଛନ୍ତି ଏବଂ ଖୁବ୍‌ ଡିଜାଇନ୍‌ ମଧ୍ୟ କରିଛନ୍ତି।ଏବେ ଏହି କାର୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଦୂର ଦୂରାନ୍ତରୁ ଲୋକେ ଆସି କାର୍‌ ପାଖରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ଜୁବେର୍‌ କହିଛନ୍ତି।ଜୁବେର୍‌ ଆଇସ୍‌ ଆର୍ଟିଷ୍ଟ୍‍ ହେବାକୁ ଚାହୁଁଛନ୍ତି। ଏହାପୂର୍ବରୁ ସେ ବରଫରେ ହେଲିକାପ୍ଟର, ଭାଲୁ, ବାଇକ୍‌, ଟ୍ରେନ୍‌ ଭଳି କଳାକୃତି କରି ଲୋକଙ୍କଠାରୁ ଢେର୍‌ ସାରା ପ୍ରଶଂସା ସାଉଁଟିଛନ୍ତି।

ପଢନ୍ତୁ: ଆଇସିୟୁରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶବାନା ଆଜମୀ

ସମ୍ବନ୍ଧିତ ଖବର

ଉନ୍ନାଓ ବଳାତ୍କାର ମାମଲାରେ କୁଲଦୀପ ସିନେଗାରଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

ନିର୍ଭୟା ଦୋଷୀଙ୍କ ଫାଶି ରୋକିବାକୁ ପରିଜନଙ୍କ ନୂଆ ଚାଲ

Ratnamani Maharana

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

Ratnamani Maharana

ଶପଥ ଗ୍ରହଣ ପରେ ଆକ୍ସନ ମୁଡରେ କେଜ୍ରିୱାଲ

Ratnamani Maharana

୭ଟି ତୁଳସୀପତ୍ର ଖାଇଲେ ପାଖ ମାଡିବନି କରୋନା, ସୋସିଆଲ ମିଡିଆରେ ଘୂରିବୁଲୁଛି ଗୁଜବ

Ratnamani Maharana