ଆମେରିକା ଦ୍ବାରା ନିହତ ଇରାନ୍ର କମାଣ୍ଡର ଜେନେରାଲ କାସିମ୍ ସୁଲେମାନୀର ମୃତ୍ୟୁରେ ସମଗ୍ର ଇରାନ୍ ଶୋକ ପାଳନ କରୁଛି।ସୁଲେମାନୀର ମୃତ୍ୟୁପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଛି ଯୁଦ୍ଧ ପରିସ୍ଥିତି। ସୁଲେମାନୀଙ୍କୁ ରବିବାର କବର ଦିଆଯାଇଥିଲା। ଏହି ସମାରୋହରେ ସୁଲେମାନୀଙ୍କୁ ଭଲ ପାଉଥିବା ଲୋକମାନେ ଯୋଗ ଦେଇଥିଲେ। ଅନ୍ତିମଥର ପାଇଁ ୧୯୮୯ରେ ଇସଲାମିକ ରିପବ୍ଲିକର ପ୍ରତିଷ୍ଠାତା ଅୟତୋଲହା ରୁହୋଲ୍ଲାହ ଖୁମେଇନିଙ୍କ ପାଇଁ ଏକାଠି ହୋଇଥିଲେ ଇରାନବାସୀ। ଇରାନର ମୁଖ୍ୟ ନେତା ଅଲୀ ଖାମେନି ଏବଂ ରାଷ୍ଟ୍ରପତି ହସନ ରୌହାନୀ ଆମେରିକାର ଏହି ଆକ୍ରମଣର ପ୍ରତିଶୋଧ ନେବେ ବୋଲି ସୁଲେମାନୀଙ୍କୁ କବର ଦେବା ବେଳେ ଶପଥ ନେଇଛନ୍ତି।
ତେବେ ସୁଲେମାନୀଙ୍କ ଝିଅ ଜେନାବ୍ ସୁଲେମାନୀ ବାପାଙ୍କର ମୃତ୍ୟୁର ପରିଶୋଧ ନିଆଯିବ ବୋଲି କହିଛନ୍ତି, ପାଗଳ ଟ୍ରମ୍ପ ତାଙ୍କ ବାପାଙ୍କୁ ହତ୍ୟା କରି ସବୁକିଛି ଶେଷ କରି ଦେଇନି ବୋଲି ଜେନାବ କହିଛନ୍ତି । ବାପାଙ୍କ ମୃତ୍ୟୁ ଦୁର୍ଦ୍ଦିନ ଆଣିବ ବୋଲି ଜେନାବ ପରୋକ୍ଷରେ ଚେତାବନୀ ଦେଇଛନ୍ତିି ।
ପଢନ୍ତୁ: ଥଣ୍ଡାରେ ଥରୁଛି ସାରା ଓଡ଼ିଶା, କାଲିଠୁ ବର୍ଷା
2 comments