EnewsOdia.Com

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ।  ଏଥିପାଇଁ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ।  ହବିଷ୍ୟାଳୀମାନେ ସହରର ବିଭିନ୍ନ ମଠ, ଧର୍ମଶାଳା ଓ ବିଶେଷ କରି ହବିଷ୍ୟାଳୀ ଆଶ୍ରୟ ସ୍ଥଳୀରେ ଉତ୍ସାହ ଓ ଉଦ୍ଧୀପନାର ସହ ଆରମ୍ଭ କରିଛନ୍ତି ଏହି ବ୍ରତ।

ବ୍ରତର ପ୍ରଥମ ଦିନରେ ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି  ରାଇଦାମୋଦର ପୂଜା କରିଛନ୍ତି। ପୂଜା ସାରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ମାସେ ଧରି ଏହି ବ୍ରତ ପାଳନ କରିବେ।

ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହିବା ପାଇଁ ୩ଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସେଗୁଡ଼ିକ ହେଲା ରେଲୱେ ଟୁରିଷ୍ଟ କଂପ୍ଲେକ୍ସ, ନରେନ୍ଦ୍ର କୋଣ ହବିଷ୍ୟାଳି ସ୍ଥାୟୀ ଆଶ୍ରୟ ସ୍ଥଳ ଓ ପୁରୀ ପୌରସଂସ୍ଥା କଲ୍ୟାଣମଣ୍ଡପ। ହବିଷ୍ୟାଳିମାନଙ୍କୁ ଶିବିରରେ ସମସ୍ତ ଆନୁସଙ୍ଗିକ ସୁବିଧା ସହ ମହାପ୍ରସାଦ ସେବନର ମଧ୍ୟ ସୁବିଧା ମିଳିବ। ଏଥିସହ ସେଠାରେ ତୁଳସୀ ଚଉରା, ପୂଜାସ୍ଥାନ ଓ ଭାଗବତ ପାରାୟଣ ପାଠର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ।

ପଢନ୍ତୁ: ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

 

ସମ୍ବନ୍ଧିତ ଖବର

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

Ratnamani Maharana

ପୁଣି ଭାଇରାଲ ହେଲା ମାଟ୍ରିକ୍‌ ପ୍ରଶ୍ନପତ୍ର

Ratnamani Maharana

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Ratnamani Maharana

ଭୁବନେଶ୍ବରରେ ବୀରେନ୍ଦ୍ର ସେହବାଗ

Ratnamani Maharana

ରାଜଧାନୀରେ ଆରମ୍ଭ ହେଲା ‘ମୁଁ ସିଟି ସେଭିୟର୍’ ଆପ୍

Ratnamani Maharana