News

କଠୁଆ ଗଣବଳାତ୍କାର : ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲା

ସେତେବେଳେ ନିର୍ଭୟା ଆଜି କଠୁଆ-ଉନ୍ନାବ ପାଇଁ ସଂଘର୍ଷ

ଜମ୍ମୁ-କଶ୍ମୀରର କଠୁଆ ଅଞ୍ଚଳରେ ଏକ ୮ ବର୍ଷର ନାବାଳିକାକୁ ଅପହରଣ, ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜନୀତି ତଥା ବିରୋଧ ପ୍ରଦର୍ଶନ ଜାରି ରହିଛି । ଗତ ଜାନୁଆରି ୧୭ ତାରିଖରେ ଜମ୍ମୁ କଶ୍ମୀରର କଠୁଆ ଜିଲ୍ଲାରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ମାମଲାର ବର୍ବରତା ଏବେ ସାମ୍ନାକୁ ଆସିଛି । ଏହି ମାମଲାର ଚାର୍ଜସିଟ୍‌ରେ ରହିଥିବା ଲୋମଟାଙ୍କୁରା ତଥ୍ୟ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ଏହି ଜଘନ୍ୟ ଅପରାଧରେ ପୁଲିସ ଅଧିକାରୀମାନେ ସିଧାସଳଖ ସମ୍ପୃକ୍ତ ଥିବା ଘଟଣା ଆଇନ ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ଗତ ଜାନୁଆରି ୧୦ ତାରିଖରେ କଠୁଆ ଜିଲ୍ଲାର ରସନା ଗ୍ରାମରେ ଯାଯାବର ‘ବଖେରଓ୍ଵାଲ୍‌’ ମୁସଲିମ୍‌ ସମ୍ପ୍ରଦାୟର ଜଣେ ୮ ବର୍ଷୀୟା ଶିଶୁକୁ ତା’ ଘର ନିକଟରୁ ଅପହରଣ କରି ନିଆଯାଇଥିଲା । ଏହାର ୭ ଦିନ ପରେ ଜାନୁଆରି ୧୭ ତାରିଖରେ ବାଳିକାର ମୃତଦେହ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଶିଶୁଟିକୁୁ ଏକ ମନ୍ଦିରରେ ରଖି ବାରମ୍ବାର ଦୁଷ୍କର୍ମ ପରେ ପଥରରେ ଛେତି ହତ୍ୟା କରାଯାଇଥିଲା ।

ଏହି ମାମଲାରେ ନିଖୋଜ ହୋଇଥିବା ଝିଅର ବାପା ପୋଲିସକୁ ଜଣାଇଥିଲେ । ତାଙ୍କ ଝିଅ ଅସିଫା ଜଙ୍ଗଲକୁ ଘୋଡା ଚରାଇବାକୁ ନେଇ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଜଙ୍ଗଲରୁ ହିଁ ନିଖୋଜ ହୋଇଯାଇଥିଲେ । ଆଉ ଏହା ପରେ ଜାନୁଆରୀ ୧୭ ତାରିଖରେ ନିଖୋଜ ହୋଇଯାଇଥିବା ଝିଅର ଶବ ଜଙ୍ଗଲରୁ ମିଳିଥିଲା । ଏହି ମାମଲାରେ ପୋଲିସ ଜଣେ ୧୫ବର୍ଷର ନାବାଳକକୁ ହେପାଜତରେ ନେଇଥିଲା । ପରେ ମାର୍ଚ୍ଚ ୨୦ତାରିଖରେ ପୋଲିସ ଆଗରେ ପୂର୍ବ ରାଜସ୍ୱ ଅଧିକାରୀ ସଞ୍ଜୀ ରାମ ସମର୍ପଣ କରିଥିଲେ । ଆଉ ଏହା ମଧ୍ୟରେ ପୋଲିସ ଅଧିକାରୀ ଦୀପକ ଖଜୁରୀୟା, ହେଡ କନେଷ୍ଟବଳ ତିଲକ ରାଜ, ସୁରିନ୍ଦର କୁମାର, ଏବଂ ସବ ଇନ୍ସପେକ୍ଟର ପ୍ରବେଶ କୁମାରଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ କରାଯାଇଛି ।

ଦୁଷ୍କର୍ମ ଏବଂ ହତ୍ୟା କରିବା ଷଡଯନ୍ତ୍ରରେ ମୁଖ୍ୟ ଅଭିଯୁକ୍ତ ପୂର୍ବ ରାଜସ୍ୱ ଅଧିକାରୀ ୬୦ ବର୍ଷୀୟ ସଞ୍ଜୀ ରାମ

ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ ଗତ ଜାନୁଆରୀ ମାସରେ ୮ ବର୍ଷର ଝିଅ ସହ ହୋଇଥିବା ଦୁଷ୍କର୍ମ ମାମଲାରେ ପୋଲିସ ୮ଜଣ ଅଭିଯୁକ୍ତଙ୍କ ବିରୋଧରେ ୧୫ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ଦୁଷ୍କର୍ମ ଏବଂ ହତ୍ୟା କରିବା ଷଡଯନ୍ତ୍ରରେ ମୁଖ୍ୟ ଅଭିଯୁକ୍ତ ପୂର୍ବ ରାଜସ୍ୱ ଅଧିକାରୀ ୬୦ ବର୍ଷୀୟ ସଞ୍ଜୀ ରାମଙ୍କୁ କୁହାଯାଇଛି । ସଞ୍ଜୀ ରାମ ହିଁ ଏହି ଦୁଷ୍କର୍ମ ଏବଂ ପରେ ହତ୍ୟା କରିବା ପାଇଁ କହିଥିଲେ । ସେପଟେ ମୃତ ପୀଡିତାଙ୍କ ଓକିଲଙ୍କୁ ଜୀବନରୁ ମାରିଦିଆଯିବା ନେଇ ଧମକ ମିଳୁଛି । ମୃତ ପୀଡିତାଙ୍କ ଓଳିଲଙ୍କ କହିବା କଥା ଏହି ମାମଲାକୁ ଦବେଇଦେବା ପାଇଁ ଏଭଳି ଧମକ ଦିଆଯାଉଛି ।

ଚାର୍ଜସିଟରେ କୁହାଯାଇଛି ଯେ, ଯେତେବେଳେ ସଞ୍ଜୀ ରାମ କହିଥିଲେ ଯେ ଏବେ ଝିଅଟିକୁ ହତ୍ୟା କରି ତାକୁ ଠିକଣାରେ ପହଞ୍ଚାଇ ଦେବାକୁ ପଡିବ, ସେତେବେଳେ ଏହି ଘଟଣାରେ ସାମିଲ ଥିବା ଆଉ ଜଣେ ପୋଲିସ ଅଧିକାରୀ ଖଜୁରୀୟା କହିଥିଲେ ଯେ, ‘ଅପେକ୍ଷା କରଟ୍ଟ ତାକୁ ଏବେ ମାରନି, ମୁଁ ବି ବଳାତ୍କାର କରିବି’ । ସମସ୍ତେ ଏହି ୮ବର୍ଷର ନାବାଳିକାଙ୍କ ସହ ୭ ଦିନ ଧରି ଦୁଷ୍କର୍ମ କରିଥିଲେ । ଆଉ ଏହା ପରେ ପୀଡିତା ନାବାଳିକାର ହତ୍ୟା କରିଥିଲେ । ଅଭିଯୁକ୍ତମାନେ ପୀଡିତାର ମୁଣ୍ଡରେ ପଥରଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହା ପରେ ପୀଡିତା ନାବାଳିକାର ମୃତ ଶରୀରକୁ ଜଙ୍ଗଲରେ ଫୋପାଡି ଦେଇଥିଲେ ।

ପଢନ୍ତୁ ;

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

Related posts

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ସାରା ଓଡିଶାରେ ଶୀତର ଲହରୀ : ରାତି ସହିତ ଦିନରେ ମଧ୍ୟ ଖସୁଛି ପାରଦ

ENO Beuro

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More