ବହି ଲେଖିବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌

ବହି ଲେଖିବେ କ୍ୟାଟ୍ରିନା

ବଲିଉଡ୍‌ର ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ୟାଟ୍ରିନା କୈଫ୍‌ । ସେ ଏବେ ଜଣେ ଆଗ ଧାଡିର ନାୟିକା । ଭାରତରେ ଷ୍ଟ୍ରଗଲ୍‌ କରିବା କ୍ୟାଟ୍ରିନାଙ୍କ ପାଇଁ ସେତେଟା ସହଜ ନ ଥିଲା। ବଲିଉଡ୍‌ କ୍ୟାରିୟର୍‌ରେ ଅନେକ ଉତ୍‌ଥାନପତନର ସମ୍ମୁଖୀନ ହୋଇଛନ୍ତି କ୍ୟାଟ୍ରିନା ।

୨୦୦୩ରେ ‘ବୁମ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଦିଅନ୍ତି କ୍ୟାଟ୍ରିନା । ଦୀର୍ଘ ୧୫ ବର୍ଷର ବଲିଉଡ୍‌ କ୍ୟାରିୟର୍‌ରେ ‘ସିଂ ଇଜ୍‌ କିଙ୍ଗ୍‌’, ‘ଅଜବ୍‌ ପ୍ରେମ୍‌ କୀ ଗଜବ୍‌ କାହାନୀ’, ‘ରେସ୍‌’ ‘ଟାଇଗର୍‌ ଜିନ୍ଦା ହେ’, ‘ଏକ୍‌ ଥା ଟାଇଗର୍‌’ ଭଳି ଅନେକ ବ୍ଲକ୍‌ ବଷ୍ଟର୍‌ ଫିଲ୍ମରେ କାମ କରି ଦର୍ଶକ ଦରବାରରେ ପ୍ରଶଂସିତ ହୋଇଛନ୍ତି । ବିଫଳତାର ମଧ୍ୟ ସ୍ଵାଦ ଚାଖିଛନ୍ତି ସେ ।

ତେବେ ବଲିଉଡ୍‌ କ୍ୟାରିୟର୍‌ର ଏହି ଯାତ୍ରାକୁ ପ୍ରଶଂସକଙ୍କ ନିକଟତର କରିବାକୁ ଚାହାନ୍ତି କ୍ୟାଟ୍ରିନା । ଏହି ଗୌରବମୟ ଯାତ୍ରାକୁ ପୁସ୍ତକ ରୂପ ଦେବାକୁ ଚାହାନ୍ତି କ୍ୟାଟ୍ରିନା ।

ପ୍ରାରମ୍ଭିକ ସମୟରେ ନିଜର ଅପରିପକ୍ୱ ଅଭିନୟ ଏବଂ ଡାନ୍ସ ପାଇଁ ସମାଲୋଚିତ ହୁଅନ୍ତି । ଏହାସତ୍ତ୍ୱେ ଫିଲ୍ମ ଦୁନିଆରେ ନିଜର ଛାପ ଛାଡ଼ିବାରେ ସଫଳ ହୁଅନ୍ତି । ଏହିସବୁ ସ୍ଥିତିକୁ କିଭଳି ହ୍ୟାଣ୍ଡେଲ୍‌ କରିଥିଲେ ବୋଲି ପ୍ରଶ୍ନ କରାଯିବା ପରେ ମୌନ ଅବଲମ୍ବନ କରିଥିଲେ ସେ । ଜବାବ ଏବେ ନ ଦେଇ ପୁସ୍ତକରେ ଦେବେ ବୋଲି କହିଥିଲେ ।

ବଲିଉଡ୍‌ରେ ସବୁକିଛି ନିଜେ ନିଜେ ଶିଖିଥିବା କେବଳ କହିଥିଲେ । ଜୀବନକୁ ନେଇ ଭାରସାମ୍ୟ ରଖିବାକୁ ହେବ। ବିଫଳତା, କଠିନ ସମୟକୁ ସାମ୍ନା କରିବାକୁ ହେବ । ବିଫଳତା ହେଉଛି ସଫଳତାର ବଡ଼ ସୋପାନ । ଥରେ ବିଫଳତାର ସ୍ଵାଦ ଚାଖିଲେ ସଫଳତା ଆପେ ଆପେ ପାଇଯିବା । ବିଫଳତାରୁ ହିଁ ଶିକ୍ଷାଲାଭ କରିଥିବା ସେ କହିଛନ୍ତି ।

ପଢନ୍ତୁ ;

“ସିମ୍ବା” ସିନେମାରୁ ଆଉଟ ମାଧବନ

୨୦୦୩ରେ ‘ବୁମ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ପାଦ ଦିଅନ୍ତି କ୍ୟାଟ୍ରିନା - 91%

91%

ତେବେ ବଲିଉଡ୍‌ କ୍ୟାରିୟର୍‌ର ଏହି ଯାତ୍ରାକୁ ପ୍ରଶଂସକଙ୍କ ନିକଟତର କରିବାକୁ ଚାହାନ୍ତି କ୍ୟାଟ୍ରିନା - 93%

93%
92%

Excellent!

ବହି ଲେଖିବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌

ବଲିଉଡ୍‌ର ଜଣେ ପ୍ରଭାବଶାଳୀ ଅଭିନେତ୍ରୀ ଭାବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କ୍ୟାଟ୍ରିନା କୈଫ୍‌ । ସେ ଏବେ ଜଣେ ଆଗ ଧାଡିର ନାୟିକା । ଭାରତରେ ଷ୍ଟ୍ରଗଲ୍‌ କରିବା କ୍ୟାଟ୍ରିନାଙ୍କ ପାଇଁ ସେତେଟା ସହଜ ନ ଥିଲା। ବଲିଉଡ୍‌ କ୍ୟାରିୟର୍‌ରେ ଅନେକ ଉତ୍‌ଥାନପତନର ସମ୍ମୁଖୀନ ହୋଇଛନ୍ତି କ୍ୟାଟ୍ରିନା ।

No Votes Yet

You're not rated yet