Entertainment

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ? 

ଭାଇରାଲ ହେଲା କ୍ୟାଟ୍ରିନାଙ୍କ ବଧୂ ବେଶ ଫଟୋ

ଏବେ ବାର୍ବି ଡଲ କ୍ୟାଟ୍ରିନାଙ୍କୁ ଏକ ନୂତନ ରୂପରେ ଦେଖିବାକୁ ମିଳିଛି  । କ୍ୟାଟ୍ରିନାଙ୍କୁ ବଧୂ ବେଶରେ ଦେଖିବାକୁ ମିଳିଥିଲା । ଲାଲ୍‌ ରଙ୍ଗର ବନାରସୀ ଶାଢ଼ି ପିନ୍ଧିବା ସହ ସିନ୍ଥି, ନୋଥ ଲଗାଇଥିଲେ । ହେଭି ନେକ୍‌ଲେସ ଗଳାର ଶୋଭା ବର୍ଦ୍ଧନ କରୁଥାଏ। ଏପରି ଏକ ଗେଟ୍‌ଅପ୍‌ରେ ସେ ଅପେକ୍ଷା କରିଥାଆନ୍ତି । ଆପଣ ଜାଣିଛନ୍ତି କି କ୍ୟାଟ୍ରିନା କାହାକୁ ଅପେକ୍ଷା କରିଛନ୍ତି ? ନିର୍ଦ୍ଦେଶକ ଆନନ୍ଦ ଏଲ୍‌. ରୟଙ୍କୁ ।

କେତେବେଳେ ସେ କ୍ୟାମେରା ସାମ୍‌ନାକୁ ଯିବାକୁ କହିବେ। ବାସ୍‌, ଏଥିରୁ ଜାଣିସାରିବେଣି ଯେ ଏହାର ସଂଯୋଗ କ୍ୟାଟ୍ରିନା କୈଫଙ୍କ ରିୟଲ ନୁହେଁ ରିଲ୍‌ ଲାଇଫ ସହ ରହିଛି । କଥା କ’ଣ କି, ତାଙ୍କୁ ହିନ୍ଦୀ ସିନେମା ‘ଜିରୋ’ର ଶୁଟିଂ ସେଟ୍‌ରେ ଏଭଳି ବ୍ରାଇଡାଲ ଗେଟ୍‌ଅପରେ ଦେଖିବାକୁ ମିଳିଥିଲା । ପୂର୍ବରୁ କ୍ୟାଟ୍ରିନା ତାଙ୍କ ଭଉଣୀ ଇଶାବେଲଙ୍କ ସହ ଏକ ବଧୂ ବେଶରେ ନଜର ଆସିଥିଲେ । ବର୍ତ୍ତମାନ ପୁଣି ଥରେ ଏକ ଟ୍ରାଡିସ୍ନାଲ ଲୁକରେ ତାଙ୍କୁ ଦେଖିବାକୁ ମିଳିଛି । ଏଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ଜିରୋ’ ସେଟର ଏକ ଫଟୋ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ସେ ଏକ ଲାଲ ରଙ୍ଗର କାଞ୍ଜିବରମ ସାଢୀ ପିନ୍ଧିବା ସହ ଚୂଡି, ନାକଫୁଲ ଏବଂ ମଥାମଣି ଲଗେଇ ସଂପୂର୍ଣ୍ଣ ବଙ୍ଗାଳି ନବବଧୂ ବେଶରେ ନଜର ଆସିଛନ୍ତି । ଆନନ୍ଦ ଏଲ ରାୟ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ କ୍ୟାଟ୍ରିନାଙ୍କ ସହିତ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍ ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ଅଭୟ ଦେଓଲ ମଧ୍ୟ ଅଛନ୍ତି । ଖାସ୍‌ କଥା ହେଲା ଅନୁଷ୍କା ଶର୍ମା ଏଥିରେ ଜଣେ ବୈଜ୍ଞାନିକ ଭୂମିକାରେ ଦେଖାଦେବେ ।

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ?  katrina 1

ପଢନ୍ତୁ ;

ଆଲଜେରିଆରେ ବିମାନ ଦୁର୍ଘଟଣା : ୨୫୭ ମୃତ

Related posts

ଅଣ୍ଡର୍‌ଓ୍ବାଲର୍‌ଡ ଡନ୍‌ ଭୂମିକାରେ ବିଦ୍ୟା ବାଲାନ୍‌

ENO Beuro

ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଆଗକୁ ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କୁ ଏକାଠି

ENO Beuro

୨୫ ବର୍ଷ ସାନ ଗର୍ଲଫ୍ରେଣ୍ଡ୍‌ଙ୍କୁ ବିଭାହ କଲେ ମିଲିନ୍ଦ ସୋମନ୍‌ !

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More