Entertainment

‘ଜିରୋ’ ସିନେମାରେ କ୍ୟାଟ୍ରିନାଙ୍କ ହିରୋ କିଏ ଜାଣନ୍ତୁ

ଏହି ସିନେମାରେ ମୁଖ୍ୟ ଆକର୍ଷଣ ଶାହରୁଖ୍

ଆନନ୍ଦ ଏଲ. ରାଏ ନିର୍ଦେଶିତ ରୋମାଣ୍ଟିକ୍-ଡ୍ରାମା ଚଳଚ୍ଚିତ୍ର ‘ଜିରୋ’ ସିନେମାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ‘ଜିରୋ’ ସିନେମାରେ ମୁଖ୍ୟ ଭୂମିକାରେ ଶାହରୁଖ୍, କ୍ୟାଟ୍ରିନା କେଫ୍ ଓ ଅନୁଷ୍କା ଶର୍ମା ଅିଭନୟ କରୁଛନ୍ତି । ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ଶାହରୁଖ୍ ଏଥିରେ ବାମନ ଭୂମିକାରେ ଦେଖାଦେବେ ।

ଏହି ସିନେମାରେ ଶାହରୁଖଙ୍କ ବିପକ୍ଷରେ କ୍ୟାଟ୍ରିନା ଶାହରୁଖଙ୍କ ବିପକ୍ଷରେ କ୍ୟାଟ୍ରିନା ପରଦା ଉପରେ ଦେଖାଦେବେ ବୋଲି ଦର୍ଶକ ଭାବୁଥିଲେ । କିନ୍ତୁ ଶାହରୁଖଙ୍କ ବିପକ୍ଷରେ ଅନୁଷ୍କା ଶର୍ମା ନଜର ଆସିବେ । ଏହି ସିନେମାରେ କ୍ୟାଟ୍ରିନାଙ୍କ ବିପକ୍ଷରେ ଅଭୟ ଦେଓଲଙ୍କୁ ଦେଖିବାକୁ ମିଳିବ । ମୁମ୍ବାଇ ଷ୍ଟୁଡିଓରେ ଏହାର ସୁଟିଂ କାମ ଆଗେଇଚାଲିଛି ।

ଏକ ସାକ୍ଷାତକାରରେ କ୍ୟାଟ୍ରିନାଙ୍କୁ ଯେତେବେଳେ ଏହି ଚଳଚ୍ଚିତ୍ର ସମ୍ପର୍କରେ ପଚରାଗଲା, ତାଙ୍କ ଉତ୍ତର ଥିଲା ଅପେକ୍ଷା କରନ୍ତୁ। ଚଳଚ୍ଚିତ୍ର ମୁକ୍ତିଲାଭ ପରେ ହିଁ ସବୁ ରହସ୍ୟ ଜଣାପଡ଼ିବ । ସ୍ଵର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଭୂମିକାରେ ଅଭିନୟ କରିଥିବାର ପ୍ରକାଶ।

ମିଳିଥିବା ଖବର ଅନୁସାରେ ଏଥିରେ ଅତିଥି କଳାକାର ଭୂମିକାରେ ସଲମାନ୍ ଖାନ୍, କାଜଲ, ଆଲିୟା ଭଟ୍ଟ, ଦୀପିକା ପାଦୁକୋନ୍, ରାଣୀ ମୁଖାର୍ଜୀ, କରିସ୍ମା କପୁର, ଜୁହି ଚାୱଲା ଦେଖାଦେବେ ।  ଚଳିତ ବର୍ଷ ଦୀପାବଳିରେ ‘ଜିରୋ’ ମୁକ୍ତିଲାଭ ହେବାର ଯୋଜନା ରହିଛି ।

ପଢନ୍ତୁ ;

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

Related posts

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ENO Beuro

ଏକାଠି ନଜର ଆସିବେ ସମ୍ବିତ ଓ ସଂଭାବନା

ENO Beuro

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

ENO Beuro

Leave a Comment