Entertainment

“ଠଗସ ଅଫ ହିନ୍ଦୁସ୍ତାନ” ସିନେମାରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା

କ୍ୟାଟ୍ରିନା କୈଫଙ୍କ ନୂଆ ଲୁକ ଭାଇରାଲ

କ୍ୟାଟ୍ରିନା କୈଫ ଏବେ ଚର୍ଚ୍ଚାରେ । ତାଙ୍କ ପରସନାଲ ଲାଇଫ ହଉ କିମ୍ବା ପ୍ରଫେସନାଲ  ଲାଇଫ ହଉ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ଏହି ଅଭିନେତ୍ରୀ ଜଣକ । ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଆଗାମି ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ବେଶ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିବ । ସୁଟିଂ ସେଟରୁ ଲିକ ହୋଇଥିବା କ୍ୟାଟ୍ରିନାଙ୍କ କିଛି ଫଟୋଗ୍ରାଫ୍ସ ହିଁ ବୟାନ କରୁଛି ଯେ, ଏହି ଅପକମିଂ ସିନେମାରେ କେତେ ଗର୍ଜିଅସ ନଜର ଆସିବେ କ୍ୟାଟ୍ରିନା ।

ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ ହିନ୍ଦୁସ୍ତାନରେ କ୍ୟାଟ୍ରିନାଙ୍କ ଲୁକ୍ସକୁ ନେଇ ବି-ଟାଉନରେ ଜବରଦସ୍ତ ଚର୍ଚ୍ଚା ହେବାରେ ଲାଗିଛି । ଫିଲ୍ମର ସୁଟିଂ ସେଟରୁ ଲିକ ହୋଇଥିବା ଫଟୋରେ କ୍ୟାଟ୍ରିନାଙ୍କ ମନ ମୋହୁଥିବା ଅନ୍ଦାଜ ଦେଖିବାକୁ ମିଳିଛି । ଡ୍ୟାନ୍ସର କଷ୍ଟ୍ୟୁମ ସହ ଡ୍ୟାନ୍ସ ସିକ୍ୱେନ୍ସ ପାଇଁ ସୁଟ କରିବାରେ ନଜର ଆସିଥିଲେ କ୍ୟାଟ୍ରିନା । ଯାହା ପ୍ରଶଂସକଙ୍କ ଫିଲ୍ମ ଠଗସ ଅଫ ହିନ୍ଦୁସ୍ତାନ ପାଇଁ ବ୍ୟାକୁଳତା ବଢାଇଦେଇଥିଲା ।

ସୁଟିଂ ସେଟରୁ ଲିକ ହୋଇଛି କାଟ୍ରିନାଙ୍କ ଆଉ କିଛି ଫଟୋଗ୍ରାଫ୍ସ । ଯେଉଁଥିରେ ହାଫ ବ୍ରାଇଡାଲ କଷ୍ଟ୍ୟୁମରେ ନଜର ଆସିଛନ୍ତି କ୍ୟାଟ । ଓଜନିଆ ଏମ୍ବ୍ରୋଡରି କୁର୍ତା ସହ ମଥାରେ ସିଂଥି, କୁନ୍ଦନର ହାର ଆଉ ହାତରେ ଚୁଡା । ଆଉ ଏହା ସହ ଟ୍ରାକ ପ୍ୟାଣ୍ଟ ଓ ଚପଲ । ଏମିତି ଏକ ଭିନ୍ନ କଷ୍ଟ୍ୟୁମରେ କ୍ୟାଟଙ୍କୁ ଦେଖିବାକୁ ମିଳିଛି ସୁଟିଂ ସେଟରେ ।

କ୍ୟାଟ୍ରିନାଙ୍କ  ସହ ଆମିର ଖାନ ଓ ଅଭିନେତ୍ରୀ ଫାତିମା ସନା ନଜର ଆସିବେ ଏହି ସିନେମାରେ ।ସିନେମାରେ ବିଗ ବି ଅମିତାଭ ବଚ୍ଚନ ବି ଏକ ପ୍ରମୁଖ ରୋଲରେ ନଜର ଆସିବେ ।  ଏବେ କେବଳ ଅପେକ୍ଷା ରହିଲା କେବେ ଆସିବ ପରଦାକୁ ଠଗସ ଅଫ ହିନ୍ଦୁସ୍ତାନ ।

ପଢନ୍ତୁ ;

ଭାରତ-ଶ୍ରୀଲଙ୍କା ମୁକାବିଲା ଆଜି , ଫାଇନାଲରେ ପ୍ରବେଶ ପାଇଁ ଆଜିର ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ

Related posts

ଇସ୍ରାଏଲରେ ରିଲିଜ୍‌ ହେବ ସୁଶାନ୍ତଙ୍କ ଏହି ସିନେମା

ENO Beuro

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କ ସହ କାମ କରିବାକୁ ଅରାଜି

ENO Beuro

ସିଲସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟିଙ୍କ ପରେ ଶୋ’ରୁ ବିଦାୟ ନେଲେ ଏହି ଆକ୍ଟର

ENO Beuro

Leave a Comment