• Home
  • Entertainment
  • ‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା
Entertainment

‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା

ଗତ କିଛି ଦିନ ହେବ ସଲମାନ ଖାନ ଫିଲ୍ମ ଭାରତକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଠିକ ସମୟରେ ଫିଲ୍ମ ଛାଡ଼ିଛନ୍ତି । ସଲମାନଙ୍କ ଫିଲ୍ମରେ ପ୍ରିୟଙ୍କାଙ୍କ କାମ କରିବାକୁ ନେଇ ମନା କରିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ପ୍ରିୟଙ୍କାଙ୍କ ମନା କରିବା ପରେ ନୂଆ ହିରୋଇନଙ୍କର ଖୋଜା ଚାଲିଥିଲା। ହେଲେ ଇତିମଧ୍ୟରେ‘ଭାରତ’କୁ ନାୟିକା ମିଳିଯାଇଥିବା ଜଣାପଡିଛି। ଡିଏନ୍‌ଏର ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ସଲ୍‌ମାନଙ୍କ ଅପୋଜିଟରେ ନାୟିକା ସାଜିବେ କ୍ୟାଟ୍ରିନା। ବୋଧହୁଏ ଆଗରୁ ‘ଭାରତ’ କ୍ୟାଟ୍ରିନାଙ୍କ ଭାଗ୍ୟରେ ଲେଖାଥିଲା। ସେଥିପାଇଁ ନାନା ବାଦବିବାଦ ପରେ ପୁଣି ଥରେ କ୍ୟାଟ୍‌ଙ୍କ ହାତକୁ ଫେରିଛି ଏହି ମୁଭି।

ସୂଚନା ମୁତାବକ କ୍ୟାଟ୍ରିନା ଏବେ ଏହି ଫିଲ୍ମ ପାଇଁ ହଁ କହି ସାରିଛନ୍ତି । ପ୍ରଥମେ କ୍ୟାଟ୍ରିନା ଭାରତ ଫିଲ୍ମରେ ନଜର ଆସିବେ ବୋଲି ଖବର ଆସିଥିଲା କିନ୍ତୁ ପରେ ପ୍ରିୟଙ୍କାଙ୍କ ଏଂଟ୍ରି ସମସ୍ତ ଗୁଜବକୁ ଖାରଜ କରିଥିଲା । କିନ୍ତୁ କ୍ୟାଟ୍ରିନାଙ୍କ ପାଖରେ ଏବେ ୨ଟି ବଡ ଫିଲ୍ମ ରହିଛି । ଗୋଟିଏ ପଟରେ ସେ ଶାରୁଖାନଙ୍କ ସହ ଜିରୋରେ ନଜର ଆସିବେ ଅନ୍ୟପଟେ ଠଗ୍ସ ଅଫ ହିନ୍ଦୁସ୍ତାନକୁ ସମ୍ପୂର୍ଣ କରିବାକୁ ପଡିବ । ଏମିତିରେ କ୍ୟାଟ୍ରିନା ସେପ୍ଟେମ୍ବରରେ ଏହି ଟିମରେ ଯୋଗ ଦେଇ ପାରିବେ । ଏହା ପୂର୍ବରୁ ସେ ଅନ୍ୟ ଫିଲ୍ମର ଶୁଟିଙ୍ଗ ଶେଷ କରିବେ।

'ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା ‘ଭାରତ’ ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ନଜର ଆସିବେ ଏହି ନାୟିକା kait

ପଢନ୍ତୁ; ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

Related posts

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

Krishna Kumar Manoj

ଆଜି ଶ୍ରୀଦେବୀଙ୍କ ଶେଷଯାତ୍ରା : ଅନ୍ତିମ ଦର୍ଶନ ପାଇଁ ବଲିଉଡ୍‌ କଳାକାରଙ୍କ ଭିଡ

Krishna Kumar Manoj

ରିଲିଜ୍‌ ହେଲା ନୀଳମାଧବ ପଣ୍ଡାଙ୍କ ‘ହାଲ୍‌କା’

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More