Entertainment

ଅଗଷ୍ଟରୁ କୌନ ବନେଗା କରୋଡପତିର ସିଜନ-୧୧

ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ଭାବେ ପରିଚିତ କୌନ ବନେଗା କରୋଡପତିର  ପ୍ରସାରଣ ପୁଣିଥରେ ଆରମ୍ଭ ହେବାକୁ ଯାଉଛି।  ବଲିଉଡ୍‌ର ବିଗ ବି’ ଅମିତାଭ ବଚ୍ଚନ  ପୁଣିଥରେ ଏହାର ହୋଷ୍ଟ କରିବେ। ପ୍ରତିଥର ଭଳି ଏଥର ମଧ୍ୟ ଏହି ଶୋ’ ପ୍ରତିଦିନ ରାତି ୯ଟାରେ ଆରମ୍ଭ ହେବ।  କୌନ୍‌ ବନେଗା କୋରୋଡ଼ପତି ପାଇଁ ପଞ୍ଜିକରଣ ଆସନ୍ତା ମେ’ ୧ ତାରିଖ ରାତି ୯ଟାରୁ ଆରମ୍ଭ ହେବ। ଏଥିପାଇଁ ପ୍ରମୋର ପ୍ରସାରଣ ଆରମ୍ଭ ହୋଇଛି।

ସେହିଭଳି ବର୍ତ୍ତମାନ ସୋନି ଟିଭିରେ ପ୍ରସାରିତ ହେଉଥିବା ଲେଡିଜ୍‌ ସ୍ପେଶାଲ୍‌ ଶୋ’କୁ ଚ୍ୟାନେଲ କର୍ତ୍ତୃପକ୍ଷ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଶୋ’ଟି ପ୍ରତିଦିନ ୯.୩୦ରେ ପ୍ରସାରିତ ହେଉଛି। କିନ୍ତୁ ଏହାର ଟିଆର୍‌ପି ବଢ଼ୁ ନଥିବାରୁ ଏହାକୁ ବନ୍ଦ କରାଯିବ। ରାତି ୯ଟାରେ ସୋନିରେ ପଟିଆଲା ବେବ୍ସ ଶୋ’ର ସମୟରେ ପରିବର୍ତ୍ତନ କରାଯିବ। ଏହି ସିରିଆଲଟି ଲୋକଙ୍କ ପ୍ରିୟ ହୋଇଥିବାରୁ ଏହାକୁ ବନ୍ଦ କରାଯିବ ନାହିଁ ବରଂ ଭିନ୍ନ ସମୟରେ ପ୍ରସାରଣ କରାଯିବ ବୋଲି ଚ୍ୟାନେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ: ଭୋଟ୍ ଦେଲେ ବଲିଉଡର ପ୍ରମୁଖ ସିନେତାରକା

Related posts

ଆନନ୍ଦଙ୍କୁ କାହିଁକି ବିବାହ କଲେ ସୋନାମ? ଜାଣନ୍ତୁ କାରଣ

ENO Beuro

ଦିଶା ପଟ୍ଟାନି : ଟାଇଗର୍‌ କେବଳ ମୋର

ENO Beuro

ମାଗାଜିନରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ କଭର୍ ଗର୍ଲ ଭାବେ ଦେଖିବାକୁ ପାଇବେ

ENO Beuro

Leave a Comment