Loading...

ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର, TRS ହେଲା BRS

ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର, TRS ହେଲା BRS

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମିଶନ ୨୦୨୪। ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର। ହାଇଦ୍ରାବାଦର ତେଲଙ୍ଗାନା ଭବନରେ ନୂଆ ଜାତୀୟ ଦଳ ଗଠନ ନେଇ ଘୋଷଣା କଲେ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମିଶନ ୨୦୨୪। ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର। ହାଇଦ୍ରାବାଦର ତେଲଙ୍ଗାନା ଭବନରେ ନୂଆ ଜାତୀୟ ଦଳ ଗଠନ ନେଇ ଘୋଷଣା କଲେ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ଦଳର ନାଁ ରହିଛି ଭାରତ ରାଷ୍ଟ୍ର ସମିତି। ଏଣିକି TRS ହେଲା BRS । ଏହି ଅବସରରେ ଦଳର ଏଜେଣ୍ଡା ଘୋଷଣା କରିଛନ୍ତି ଦଳର ସୁପ୍ରିମୋ। ଏହି ଅବସରରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏବଂ ଡିଏମକେ ନେତା ଥୋଲ ଥିରୁମଭଲନ ଯୋଗ ଦେଇଥିଲେ।ଜାତୀୟ ଦଳ ଭାବେ ନଭେମ୍ବର ୪ତାରିଖରେ ହେବାକୁ ଥିବା ମୁନୁଗୋଡ଼େ ସଂସଦୀୟ ଆସନରେ ନିର୍ବାଚନ ଲଢିବ। ପରେ ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ନିର୍ବାଚନ ଲଢିବ। ନୂଆ ଜାତୀୟ ଦଳ ଘୋଷଣା ନେଇ ରବିବାର କ୍ୟାବିନେଟର ମିଟିଂରେ ଏ ନେଇ ଆଲୋଚନା ହୋଇଥିଲା । ଏପରିିକି ୩୩ ଜିଲ୍ଲାର ଦଳର ମୁଖ୍ୟଙ୍କ ମତାମତ ବି ନେଇଥିଲେ କେସିଆର । ଜାତୀୟ ସ୍ତରରେ ବିଜେପିକୁ ହଟାଇବାକୁ କେସିଆର ଅଭିଯାନ ଚଳାଇ ଆସୁଛନ୍ତି । ୨୦୨୩ରେ ତେଲେଙ୍ଗାନା ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହା ପରେ ୨୦୨୪ରେ ସାଧାରଣ ନିର୍ବାଚନ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.