ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

kcr

କୌଣସି ଭଲ କାମ କରିବା ଲାଗି ଅନେକ ଲୋକ ଶୁଭ ମୂହୁର୍ତ୍ତକୁ ଅପେକ୍ଷା କରିଥାନ୍ତି। ସେମାନଙ୍କ ବିଶ୍ବାସ ଏହି ସମୟରେ କାମ କଲେ ସଫଳତା ମିଳେ।ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ସେଭଳି ଲୋକଙ୍କ ମଧ୍ୟରୁ ଜଣେ।

କେସିଆର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ।ଆଜି ଅପରାହ୍ନ ୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ତାକୁ ୩୪ ମିନିଟ ଘୁଞ୍ଚାଇ ଦେଇଛନ୍ତି। କାରଣ ତାଙ୍କ ପାଇଁ ୧ଟା ୩୪ ମିନିଟ ଶୁଭ ସମୟ ରାଜଯୋଗ।

kcr

ସୂଚନାଯୋଗ୍ୟ ,ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବସିଥିବା ଟିଆର୍‌ଏସ୍‌ର ସର୍ବଦଳୀୟ ବୈଠକରେ କେସିଆରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା। ତେଲେଙ୍ଗୋନ ବିଧାନସଭାର ମୋଟ ୧୧୯ଟି ଆସନରୁ ଟିଆରଏସକୁ ୮୮, କଂଗ୍ରେସ ୨୧, ଭାଜପା ୧, ଏଆଇଏମ୍‌ଆଇଏମ ୭ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟୀ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ,  ଚନ୍ଦ୍ରଶେଖର ରାଓ ଗଜେଓ୍ଵାଲ ନିର୍ବାଚନମଣ୍ଡଳିରୁ ୫୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏବଂ  ଚନ୍ଦ୍ରଶେଖର ରାଓଙ୍କ ପୁଅ କେ ଟି ରାମାରାଓ ୮୯,୯୦୯ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଗତ ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ତେଲେଙ୍ଗାନା ନିର୍ବାଚନରେ କଂଗ୍ରେସ-ଟିଡ଼ିପି ମେଣ୍ଟ ରାଜ୍ୟରେ ମାତ୍ର ୨୧ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଆଇଏମଆଇଏମ ୭ଟି ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ ରେଶମି ପନିର! ଜାଣିରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More