SPORTS

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟ୍-କା : କେଦାର ଯାଦବ ଆଇପିଏଲରୁ ବାଦ୍‌

ଆଇପିଏଲ ୧୧ରୁ ବାହାରିଲେ କେଦାର ଯାଧବ

ଚେନ୍ନାଇ ସୁପର କିଙ୍ଗ୍ସର ମଧ୍ୟ କ୍ରମ ବ୍ୟାଟସମ୍ୟାନ କେଦାର ଯାଧବଙ୍କ ମାଂସପେଶୀ ଟାଣି ଧରିବାରୁ ସେ ଆଇପିଏଲର ୧୧ ତମ ସଂସ୍କରଣରୁ ବାହାରି ଯାଇଛନ୍ତି । ନିବାର ୱାଙ୍ଖେଡେ ଷ୍ଟାଡିୟମରେ ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ କେଦାର ଜଂଘ ମାଂସପେଷୀରେ ଆଘାତ ପାଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶନିବାର ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ  ଯାଧବଙ୍କ ମାଂସପେଶୀ ଟାଣି ଧରିଥିଲା ।

ଉକ୍ତ ମ୍ୟାଚରେ ଚେନ୍ନଇ ଦଳ ୧୬୬ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରୁଥିବାବେଳେ କେଦାର ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ବ୍ୟକ୍ତିଗତ ୧୩ ରନ କରିଥିବାବେଳେ ଆହତ ହେବାଫଳରେ ସେ ପ୍ୟାଭିଲିୟନ ଫେରିଯାଇଥିଲେ। ୧୫୯ ରନରେ ୯ମ ୱିକେଟର ପତନ ଘଟିବାପରେ କେଦାର ପୁଣି କ୍ରିଜକୁ ଫେରିଥିଲେ ।

ଶେଷ ଓଭରରେ ବିଜୟ ପାଇଁ ଚେନ୍ନଇ ଦଳ ହାତରେ ଗୋଟିଏ ୱିକେଟ ଥାଇ ୭ ରନ ଆବଶ୍ୟକ କରୁଥିଲା। ବିଂଶତମ ଓଭରରେ ମୁସ୍ତାଫିଜୁର ରେହମାନଙ୍କ ବୋଲିଂକୁ କେଦାର ସମ୍ମୁଖୀନ ହୋଇଥିଲେ । ଏହି ଓଭରର ପ୍ରଥମ ତିନିଟି ବଲରୁ ସେ କୌଣସି ରନ ସଂଗ୍ରହ କରିପାରିନଥିଲେ। ତେବେ ଚତୁର୍ଥ ଓ ପଞ୍ଚମ ବଲରେ କେଦାର ଯଥାକ୍ରମେ ୬ ଓ ୪ ରନ ସ୍କୋର କରିବା ଫଳରେ ଚେନ୍ନଇ ଦଳ ୧ ୱିକେଟରେ ନାଟକୀୟ ବିଜୟ ହାସଲ କରିଥିଲ ।

ଚେନ୍ନାଇର ସୁପର କିଙ୍ଗ୍ସର ବ୍ୟାଟିଂ କୋଚ୍ ମାଇକ ହସି କହିଛନ୍ତି,  ଯାଧବ ଲିଗରୁ  ବାହାର ହେବା ଆମ ପାଇଁ ବହୁତ ବଡ଼ କ୍ଷତି।  ମଧ୍ୟ କ୍ରମରେ ସେ ଆମର ପ୍ରମୁଖ ଖେଳାଳି ଥିଲେ। ଚେନ୍ନାଇ ଚଳିତ ଜାନୁଆରୀରେ ହୋଇଥିବା ନିଲାମରେ ଯାଧବଙ୍କୁ ୭.୮ କୋଟି ଟଙ୍କାରେ କିଣିଥିଲା । ସିଏସକେ ଏବେ ନିଜର ପରବର୍ତ୍ତୀ ମ୍ୟାଚ୍ ମଙ୍ଗଳବାର କୋଲକାତା ନାଇଟ ରାଇଡର୍ସ ବିରୋଧରେ ଚେନ୍ନାଇର ଏମ.ଏ. ଚିଦମ୍ବରମ ଷ୍ଟାଡିୟମରେ ଖେଳିବ।


ପଢନ୍ତୁ ;

ସଫଳ ପ୍ରଯୋଜିକା ଭାବେ ଅନୁଷ୍କା ‘ଦାଦା ସାହେବ ଫାଲ୍‌କେ ଏକ୍ସିଲେନ୍ସି ଆଓ୍ବାର୍ଡ- ୨୦୧୮’ରେ ସମ୍ମାନିତ ହେବେ

Related posts

କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

ENO Beuro

ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ENO Beuro

1 comment

Leave a Comment