Entertainment

ଉତ୍ତରାଖଣ୍ଡରେ ‘କେଦାରନାଥ’ ବ୍ୟାନ୍‌

kedar

ସୁଶାନ୍ତ ସିଂ ରାଜପୁତ ଏବଂ ସାରା ଅଲ୍ଲି ଖାଁଙ୍କ ଅଭିନୀତ ଫିଲ୍ମ ‘କେଦାରନାଥ’ ଏବେ ଅଡୁଆରେ । ତାହା ଆଜି ମୁକ୍ତିଲାଭ କରିଥିବା ବେଳେ ଉତ୍ତରାଖଣ୍ଡ ସରକାର ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି।

ଉତ୍ତରାଖଣ୍ଡରେ ପ୍ରଳୟ ଘଟି ବହୁ ଧନଜୀବନ ହାନି ହୋଇଥିଲା । ତେବେ ଫିଲ୍ମଟି ଏହା ଉପରେ ପର୍ଯ୍ୟବସିତ ନହୋଇ ଏକ ପ୍ରେମ କାହାଣୀକୁ ଆଧାର କରି ତିଆରି ହୋଇଛି ବିଜେପି ଅଭିଯୋଗ କରିଛି । ଏହା ପୂର୍ବରୁ କେଦାରନାଥ ମନ୍ଦିରର ପୂଜକ ମଧ୍ୟ ସିନେମାକୁ ବିରୋଧ କରିଥିଲେ । ଏତେ ବିରୋଧ ଯୋଗୁଁ ‘କେଦାରନାଥ’ ଫିଲ୍ମକୁ ଉତ୍ତରାଖଣ୍ଡର ୭ଟି ଜିଲ୍ଲାରେ ରିଲିଜ୍‌ କରାଯାଇ ନାହିଁ । ଉତ୍ତରାଖଣ୍ଡ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ ଏହି ସୂଚନା ଦେଇଛନ୍ତି।

kedar

ସୂଚନାଯୋଗ୍ୟ,ସୁଶାନ୍ତ ଜଣେ ମୁସଲିମ୍ ପୁଅ ଯିଏ କି ହିନ୍ଦୁ ଭକ୍ତଙ୍କୁ କେଦାରନାଥ ଦର୍ଶନ କରାଇବା ପାଇଁ ନିଜ ପିଠିରେ ନେଇଯାଉଛନ୍ତି । ଅନ୍ୟପଟେ ସାରା ଜଣେ ପଣ୍ଡିତଙ୍କ ଝିଅ । ଉଭୟଙ୍କ ମଧ୍ୟରେ ପ୍ରେମ ବଢିବାକୁ ଲାଗିଲା । ତେବେ ତାଙ୍କ ପ୍ରେମର ବାଧା ଦେଉଛି ନିଷ୍ଠୁର ସମାଜ । ତେବେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ସାରାଙ୍କ କ୍ୟୁଟ୍ ଅନ୍ଦାଜ ଓ ସୁଶାନ୍ତଙ୍କ ଜବରଦସ୍ତ ଅଭିନୟଙ୍କୁ ପସନ୍ଦ କରିଛନ୍ତି ଫ୍ୟାନ୍ସ । ତେବେ ଦେଖିବାକୁ ବାକି ରହିଲା ଫିଲ୍ମଟି ବକ୍ସ ଅଫିସରେ କେତେ ଆୟ କରୁଛି ।

ପଢନ୍ତୁ; ହାତ ଲେଖା ଚାଲାଣ ଯୁଗ ସରିଲା,ଏଣିକି ଇ-ଚାଲାଣ

Related posts

ଭାଇଜାନଙ୍କ ଜେଲ ଯିବାକୁ ନେଇ ଖୁସି ହେଲେ ଏହି ଅଭିନେତ୍ରୀ ଜଣଙ୍କ!

ENO Beuro

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

ENO Beuro

ଶ୍ରୀଦେବୀଙ୍କ କକା ବେଣୁଗୋପାଳ ରେଡି କହିଲେ ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା

ENO Beuro

Leave a Comment