EnewsOdia.Com

ଶୀତ ପାଇଁ ବନ୍ଦ କେଦାରନାଥ ମନ୍ଦିର

ଶୀତଋତୁର ଆଗମନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ମନ୍ଦିରକୁ ମଙ୍ଗଳବାର ଠାରୁ ବନ୍ଦ କରିଦିଆଯାଇଛି। ସକାଳ ୮ଟା ୩୦ ମିନିଟ୍‌ରେ ୧୨୦୦ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ଫାଟକରେ ତାଲା ପକାଯାଇଥିଲା ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

ମନ୍ଦିରରେ ପୂଜା ପାଉଥିବା ଭଗବାନ ଶିବଙ୍କ ପ୍ରତିମୂର୍ତ୍ତିକୁ ପାଲିଙ୍କି ମାଧ୍ୟମରେ ଉଖିମଠର ଓମ୍‌କାରେଶ୍ବର ମନ୍ଦିରକୁ ସ୍ଥାନାନ୍ତର କରାଯାଇଛି। ଏକ ଶୋଭାଯାତ୍ରାରେ ଶିବଙ୍କ ପ୍ରତିମୂର୍ତ୍ତିକୁ ରାମପୁର ଓ ଗୁପ୍ତକାଶୀ ଦେଇ ଓମ୍‌କାରେଶ୍ବର ମନ୍ଦିରକୁ ନିଆଯିବ। ଅକ୍ଟୋବର ୩୧ରେ ଓମ୍‌କାରେଶ୍ବର ମନ୍ଦିରରେ ଶିବଙ୍କ ମୂର୍ତ୍ତି ପହଞ୍ଚିବ। ଏଠାରେ ଶିବଙ୍କ ପ୍ରତିମୂର୍ତ୍ତି ୬ମାସ ପାଇଁ ପୂଜା ପାଇବେ। ଚଳିତବର୍ଷ ୯ଲକ୍ଷ ୯୭ହଜାର ଶ୍ରଦ୍ଧାଳୁ କେଦାରନାଥଙ୍କ ଦର୍ଶନ କରିଥିଲେ।

ପଢନ୍ତୁ: ପାକ୍ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

ସମ୍ବନ୍ଧିତ ଖବର

କରୋନା ନେଲାଣି ୪୨୫ ଜୀବନ, ୨୦ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’, ଜାରି ହେଲା ରେଡ ଆଲର୍ଟ

Ratnamani Maharana

ମୋବାଇଲ ଫୋନର ବ୍ୟାଟେରୀ ସମ୍ବନ୍ଧୀୟ ଏହି ୫ଟି ଭୁଲ ତଥ୍ୟ, ଯାହାକୁ ଦୁନିଆ ମାନେ ସତ

Ratnamani Maharana

ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

Ratnamani Maharana

କେରଳରୁ ଚିହ୍ନଟ ହେଲେ ଭାରତର ପ୍ରଥମ କରୋନା ଭାଇରସ୍‌ ଆକ୍ରାନ୍ତ

Ratnamani Maharana

ମ୍ୟାଚ୍‌ ପାଇଁ କଟକରେ ପାର୍କିଂ ବ୍ୟବସ୍ଥା

Ratnamani Maharana