ଆସନ୍ତୁ ଜାଣିବା ରୋଷେଇ ଘରର ବାସନକୁ ନେଇ କଣ କହେ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
Loading...
ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ।
ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍।
୧. ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।
୨. ଯେଉଁଠାରେ ବଡ଼ ଗଛ ରହିଛି, ସେଠାରେ ଘର କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।
୩. ବଡ଼ ଟ୍ରାନ୍ସଫର୍ମର୍ କିମ୍ୱା ବଡ଼ ଘର ଥିବା ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘର ନକାରାତ୍ମକ ଶକ୍ତିର ବଳୟରେ ରହିଥାଏ।
୪. ମଶାଣି, ଡାକ୍ତରଖାନା ଓ ଜେଲ୍ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ବାସ କଲେ ଚିନ୍ତାଗ୍ରାସ କରେ।
୫. ଯେଉଁଠାରେ ନଦୀ ଦକ୍ଷିଣ ଦିଗରୁ ପ୍ରବାହିତ ହେଉଛି, ତା’ ପାଖରେ ଘର କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଘର ମାଲିକଙ୍କର ଅକାଳ ମୃତ୍ୟୁ ହୋଇଥାଏ।
୬. ଉତ୍ତର ଦିଗରେ ବଡ଼ ପାହାଡ଼ କିମ୍ୱା ବିଲ୍ଡିଂ ଥିବା ସ୍ଥାନରେ ଯଥାସମ୍ଭବ ଘର କିଣନ୍ତୁ ନାହିଁ କି ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଆପଣଙ୍କ ଘରକୁ ଦେବୀଦେବତାଙ୍କ ଆସିବାରେ ବାଧା ଉତ୍ପନ୍ନ ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡେଇ ରାହୁଙ୍କ ପ୍ରତୀକ ଅଟେ । ତେଣୁ ଆମେ ରୋଷେଇ ଘର ସାମଗ୍ରୀ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ଆପଣଙ୍କ ରୋଜଗାରର ମାଧ୍ୟମ ହେଉଛି ଆପଣଙ୍କ ଦୋକାନ । ଏଥିନିମନ୍ତେ ଆପଣ ନିଜର ସବୁ ପୁଞ୍ଜି ଖଟାଇଥିଲେ ବି ହୋଇପାରୁନି ଭଲ ରୋଜଗାର। ପାଖରେ ଥିବା ଅନ୍ୟ ଦୋକାନରେ ଗହଳି ହେଉଥିବା ବେଳେ ଆପଣଙ୍କ ଦୋକାନରୁ ମୁହଁ ଫେରାଇ ନେଉଛନ୍ତି କି ଗ୍ରାହକ ।
ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଗ୍ରହ କିମ୍ବା ଠାକୁରଙ୍କ ସହ ଯୋଡ଼ି ହୋଇ ରହିଛି । ତେଣୁ ବାର ସହ ଯେଉଁ ଠାକୁରଙ୍କ ସମ୍ପର୍କ ଥାଏ, ସେଦିନ ସେହି ଠାକୁରଙ୍କ ପ୍ରିୟ ଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି।