EnewsOdia.Com

ଘର କିଣୁଛନ୍ତି କି! ଏହି ସବୁ ବାସ୍ତୁ ନିୟମ ଉପରେ ଧ୍ୟାନ ଦିଅନ୍ତୁ

ଜୀବନକାଳ ମଧ୍ୟରେ ନିଜେ ଘରଟିଏ କରିବାର ସ୍ୱପ୍ନ ପ୍ରାୟ ସମସ୍ତଙ୍କର ଥାଏ। କିଏ ଘର କିଣିବା ପାଇଁ ଲକ୍ଷ୍ୟ ରଖିଥା’ନ୍ତି ତ କିଏ ଜାଗା କିଣି ନିଜେ ଘର କରିବାକୁ ଇଚ୍ଛା କରନ୍ତି। ତେବେ ଘରଟିଏ କିଣିବା ପୂର୍ବରୁ ବା ଜାଗା କିଣି ଘର କରିବା ପୂର୍ବରୁ ବାସ୍ତୁ ପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି କୁହାଯାଏ। କାରଣ ଘର ଅବା ଜାଗାରେ ବାସ୍ତୁଦୋଷ ରହିଲେ ପରବର୍ତ୍ତୀ ସମୟରେ ଘରର ସଦସ୍ୟମାନେ ବିଭିନ୍ନ ପ୍ରକାର ସମସ୍ୟା ଓ ବିପଦର ସମ୍ମୁଖୀନ ହୋଇପାରନ୍ତି। ତା’ହେଲେ ଆସନ୍ତୁ ଜାଣିବା ଘର କିମ୍ୱା ଜାଗା କିଣିବା ପୂର୍ବରୁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ୍‌।

୧. ଯେଉଁଠାରେ ରାସ୍ତା ଶେଷ ହେଉଛି, ସେପରି ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାକୁ ବାସ୍ତୁରେ ଅଶୁଭ ବୋଲି କୁହାଯାଇଛି।

୨. ଯେଉଁଠାରେ ବଡ଼ ଗଛ ରହିଛି, ସେଠାରେ ଘର କିଣନ୍ତୁ ନାହିଁ। ଏପରି ହେଲେ ଆପଣଙ୍କର ଉନ୍ନତିରେ ବାଧା ଉପୁଜିପାରେ।

୩. ବଡ଼ ଟ୍ରାନ୍ସଫର୍ମର୍‌ କିମ୍ୱା ବଡ଼ ଘର ଥିବା ସ୍ଥାନରେ ଘର କିଣନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ଘର ନକାରାତ୍ମକ ଶକ୍ତିର ବଳୟରେ ରହିଥାଏ।

୪. ମଶାଣି, ଡାକ୍ତରଖାନା ଓ ଜେଲ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଘର କିମ୍ୱା ଜାଗା କିଣନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏଭଳି ସ୍ଥାନରେ ବାସ କଲେ ଚିନ୍ତାଗ୍ରାସ କରେ।

୫. ଯେଉଁଠାରେ ନଦୀ ଦକ୍ଷିଣ ଦିଗରୁ ପ୍ରବାହିତ ହେଉଛି, ତା’ ପାଖରେ ଘର କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଘର ମାଲିକଙ୍କର ଅକାଳ ମୃତ୍ୟୁ ହୋଇଥାଏ।

୬. ଉତ୍ତର ଦିଗରେ ବଡ଼ ପାହାଡ଼ କିମ୍ୱା ବିଲ୍‌ଡିଂ ଥିବା ସ୍ଥାନରେ ଯଥାସମ୍ଭବ ଘର କିଣନ୍ତୁ ନାହିଁ କି ନିର୍ମାଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ ଏପରି କଲେ ଆପଣଙ୍କ ଘରକୁ ଦେବୀଦେବତାଙ୍କ ଆସିବାରେ ବାଧା ଉତ୍ପନ୍ନ ହୋଇଥାଏ।

ପଢନ୍ତୁ: ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ

ସମ୍ବନ୍ଧିତ ଖବର

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

Ratnamani Maharana

ବାସ୍ତୁ ଦୋଷ ନେଇପାରେ ଜୀବନ

Ratnamani Maharana

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

Ratnamani Maharana

ଆପଣାନ୍ତୁ ବାସ୍ତୁର ଏହି ଟିପ୍ସ, ଚମକି ଉଠିବ ଆପଣଙ୍କ ଭାଗ୍ୟ

Ratnamani Maharana

ଜାଣନ୍ତୁ କେଉଁ ସ୍ଥାନରେ ଚାବିକାଠି ରଖିବା ଅଶୁଭ

Ratnamani Maharana

ଘରର ମୁଖ୍ୟ ଦ୍ୱାର ପାଇଁ ଏହି କଥା ଉପରେ ଦିଅନ୍ତୁ ଗୁରୁତ୍ୱ

Ratnamani Maharana